ଫିରିଙ୍ଗିଆ ପୁଲିସ ପକ୍ଷରୁ ୧୨୧ କେଜି ଗଞ୍ଜେଇ, ଦୁଇ ଅଭିଯୁକ୍ତ ଫେରାର
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଂଚଳରେ ବେଆଇନ ଗଞ୍ଜେଇ ଚାଲାଣ ଥମିବାର ନା ଧରୁନି। ଏହି ଗଞ୍ଜେଇ କରବାରକୁ ଦମନ କରିବା ପାଇଁ ଫିରିଙ୍ଗିଆ ପୁଲିସର କଡା ସୁରକ୍ଷା ଥିବା ସତ୍ୱେ ଓ ଲଗାତାର ଭାବରେ ମାଫିଆ ମାନେ ପୁଲିସ ହାତରେ ଧରାପଡି ଗଞ୍ଜେଇ ସହ ଗିରଫ ହୋଇ ଜେଲ ମଧ୍ୟ ଯାଉଛନ୍ତି । ଏହି ଗଞ୍ଜେଇ କରବାର ଓ ଗଞ୍ଜେଇ ଚାଷକୁ ନେଇ ଜିଲ୍ଲା ପୁଲିସ ପୋଷ୍ଟର ଓ ବ୍ୟାନର ମାଧ୍ୟମରେ ଗାଁ-ଗାଁରେ ଗଞ୍ଜେଇ ଚାଷ ଓ କ।ରବାରରୁ ନିବୃତ ରହିବା ପାଇଁ ସଚେତନତା ମଧ୍ୟ କରୁଛନ୍ତି। ତଥାପି ଏହି ଅଂଚଳରୁ ଗଞ୍ଜେଇ କରବାର ବନ୍ଦ ହୋଇପାରୁନ।ହିଁ । ତେବେ ଏହି ପରିପ୍ରେକ୍ଷୀରେ ଫିରିଙ୍ଗିଆ ପୁଲିସ ପୁଣି ୧୨୧ କିଲୋ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଥିବା ବେଳେ ଏହି ଘଟଣାରେ ସମ୍ପୃକ୍ତ ଥିବା ଦୁଇଜଣ ମାଫିଆ ଫେରାର ହୋଇ ଯାଇଥିବା ସୂଚନା ଦେଇଛି ଫିରିଙ୍ଗିଆ ପୋଲିସ।
ତେବେ ଗତକାଲି ଦୁଇଜଣ ଗଞ୍ଜେଇ ମାଫିଆ ଗଞ୍ଜେଇ ଚଲାଣ ପାଇଁ ପ୍ରସ୍ତୁତି କରୁଥିବା କୌଣସି ସୂତ୍ରରୁ ଖବର ପାଇଁ ଫିରିଙ୍ଗିଆ ଥାନା ଅଧିକାରୀ ପି.ଶ୍ୟାମସୁନ୍ଦର ରାଓଙ୍କ ନିର୍ଦେଶ କ୍ରମେ ଥାନାର ବରିଷ୍ଠ ଏସଆଇ ପ୍ରଦୀପ କୁମାର ରାଉଳଙ୍କ ସହ ଏକ ଟିମ ଫିରିଙ୍ଗିଆ ଥାନା ସୁମେରବନ୍ଧ ପଞ୍ଚାୟତର ରିବିଳଦା ଗାଁରେ ଅତର୍କିତ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ପୋଲିସକୁ ଦେଖି ଦୁଇଜଣ ମାଫିଆ ଘଟଣା ସ୍ଥଳରୁ ଗଞ୍ଜେଇ ଛାଡି ଫେରାର ହୋଇଯାଇଥିବା ବେଳେ ପୁଲିସ କେବଳ ୧୨୧ କିଲୋ ୫୦୦ ଗ୍ରାମ ଗଞ୍ଜେଇକୁ ଜବତ କରିବାରେ ସଫଳ ହୋଇ ଥିଲେ। ଅନ୍ୟପଟେ ଫେରାର ମାଫିଆ ମାନେ ସେହି ରିବିଳଦା ଗାଁର ଭୋଳାନାଥ ରଣା (୩୫) ଓ ଆଲୋକ ରଣା (୩୨) ବୋଲି ଜଣାପଡିଥିବା ବେଳେ ଘଟଣା ସଂକ୍ରାନ୍ତରେ ଫିରିଙ୍ଗିଆ ଥାନାରେ ଏକ ମାମଲା ରୁଜୁ କରି ମାଫିଆ ମାନଙ୍କୁ ଧରିବା ପାଇଁ ଚେଷ୍ଟା ଜାରି ରହିଥିବା ଏହି ଘଟଣାର ତଦନ୍ତକାରୀ ପୁଲିସ ଅଧିକାରୀ ବିକାଶ କୁମାର ଜାଲି ସୂଚନା ଦେଇଛନ୍ତି। ଅନ୍ୟପଟେ ଫେରାର ହୋଇ ଯାଇଥିବା ଗଞ୍ଜେଇ ମାଫିଆ ଦ୍ବୟ ଜଣ ପେସାଦାର ଗଞ୍ଜେଇ ମାଫିଆ ହୋଇଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଥିବା ବେଳେ ଦୀର୍ଘ ଦିନ ହେଲା ଏହି ଦୁଇ ଗଞ୍ଜେଇ ମାଫିଆ ପୁଲିସର ନଜରରେ ରହିଆସିଥିବା ଥାନା ପକ୍ଷରୁ ସୂଚନା ଦିଆଯାଇଛି।
Comments are closed.