www.samajalive.in
Tuesday, December 9, 2025
16.1 C
Bhubaneswar

ଦେଶର ୧୧% ମଧୁମେହ ଓ ୩୬% ଉଚ୍ଚ ରକ୍ତଚାପରେ ଆକ୍ରାନ୍ତ

ନୂଆଦିଲ୍ଲୀ : ଦେଶର ୧୧.୪% ନାଗରିକ ମଧୁମେହ ଓ ୩୫.୫% ଉଚ୍ଚ ରକ୍ତଚାପରେ ଆକ୍ରାନ୍ତ ଥିବା ଏକ ସର୍ଭେ ରିପୋର୍ଟରୁ ଜଣାଯାଇଛି। ଲାନସେଟ୍ ଡାଇବେଟିସ୍‌ ଆଣ୍ଡ ଏଣ୍ଡୋକ୍ରାଇନୋଲୋଜି ପତ୍ରିକାରେ ପ୍ରକାଶିତ ସର୍ଭେ ରିପୋର୍ଟ ଅନୁଯାୟୀ ୨୦୨୧ ମସିହାରେ ଦେଶର ୧୦କୋଟି ୧୦ଲକ୍ଷ ଲୋକ ମଧୁମେହରେ ଆକ୍ରାନ୍ତ ଥିଲେ। ଏହା ସହିତ ୧୩କୋଟି ୬୦ଲକ୍ଷ ଲୋକ ପ୍ରାକ୍ ମଧୁମେହରେ ଆକ୍ରାନ୍ତ ଥିଲେ। ୨୦୧୭ରେ ଦେଶର ୭.୫% ଲୋକ ମେଦ ବହୁଳତାରେ ଆକ୍ରାନ୍ତ ଥିଲେ। ଅର୍ଥାତ୍‌ ୪ବର୍ଷରେ ଦେଶରେ ମଧୁମେହ ଆକ୍ରାନ୍ତଙ୍କ ସଂଖ୍ୟା ୫୦% ବୃଦ୍ଧି ପାଇଛି। ରିପୋର୍ଟ ଅନୁଯାୟୀ ଦେଶର ୩୫.୫% ନାଗରିକ ଅର୍ଥାତ୍‌ ୩୧କୋଟି ୫୦ଲକ୍ଷ ଲୋକ ଉଚ୍ଚ ରକ୍ତଚାପରେ ଆକ୍ରାନ୍ତ। ମାଡ୍ରାସ ଡାଇବେଟିସ୍‌ ରିସର୍ଚ୍ଚ ଫାଉଣ୍ଡେସନ (ଏମଡିଆରଏଫ୍‌) ଓ ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମଆର) ମିଳିତ ଭାବେ ଦେଶବ୍ୟାପୀ କରାଯାଇଥିବା ସର୍ଭେରୁ ଏହି ତଥ୍ୟ ମିଳିଛି। ସର୍ଭେ କାର୍ଯ୍ୟ ଲାଗି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପାଣ୍ଠି ଯୋଗାଣ କରିଥିଲା। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର କହିବା ଅନୁଯାୟୀ ମଧୁମେହ ଯୋଗୁଁ ଆକ୍ରାନ୍ତ ବ୍ୟକ୍ତି ଦୃଷ୍ଟିଶକ୍ତି ହରାଇବା, କିଡନୀ ଅଚଳ, ଦୃଦ୍‌ଘାତ, ଅଙ୍ଗପ୍ରତ୍ୟଙ୍ଗ ଅଚଳ ଭଳି ସମସ୍ୟାର ସମ୍ମୁଖୀନ ହୋଇଥାଏ। ଗୋଆରେ ସର୍ବାଧିକ ୨୬.୪% ଲୋକ ମଧୁମେହରେ ଆକ୍ରାନ୍ତ ହୋଇଥିବାବେଳେ ​‌େ​‌କରଳରେ ୨୫% ମଧୁମେହ ଆକ୍ରାନ୍ତ ହୋଇଥିବା ରିପୋର୍ଟରୁ ଜଣାଯାଇଛି। ଉତ୍ତରପ୍ରଦେଶରେ ସବୁଠାରୁ କମ୍ ୪.୮ ପ୍ରତିଶତ ମଧୁମେହ ଆକ୍ରାନ୍ତ। ବର୍ତ୍ତମାନ ସମୟରେ ମଧୁମେହ ସମସ୍ୟା ସହରାଞ୍ଚଳରେ ଅଧିକ ରହିଥିବାବେଳେ ଆଗାମୀ ୫ବର୍ଷରେ ଗ୍ରାମାଞ୍ଚଳ ଲୋକ ଏଥିରେ ଅଧିକ ଆକ୍ରାନ୍ତ ହେବାର ଆଶଙ୍କା ରହିଛି। ଲାନସେଟ୍‌ର ରିପୋର୍ଟ ଅନୁଯାୟୀ ଦେଶର ୨୫କୋଟି ୪୦ଲକ୍ଷ ସାଧାରଣ ମେଦବହୁଳତା ଓ ୩୫କୋଟି ୧୦ଲକ୍ଷ ପେଟ ମେଦବହୁଳତାରେ ଆକ୍ରାନ୍ତ। ପଞ୍ଜାବରେ ସର୍ବାଧିକ ୫୧.୮ ପ୍ରତିଶତ ଓ ମେଘାଳୟରେ ସବୁଠାରୁ କମ୍ ୨୪.୩ ପ୍ରତିଶତ ଉଚ୍ଚ ରକ୍ତଚାପରେ ଆକ୍ରାନ୍ତ। ମଧୁମେହ, ଉଚ୍ଚ ରକ୍ତଚାପ ଓ ମେଦବହୁଳତା ଭଳି ସ୍ବାସ୍ଥ୍ୟ ସମସ୍ୟାର କାରଣ ହେଉଛି ଲୋକଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories