www.samajalive.in
Saturday, December 6, 2025
14.1 C
Bhubaneswar

ଆରମ୍ଭ ହେଲା ମାଟ୍ରିକ ଖାତା ଦେଖା

ଭୁବନେଶ୍ୱର : ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ସୋମବାର ଠାରୁ ଆରମ୍ଭ ହୋଇଛି । ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ସହ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଖାତାଦେଖା ମଧ୍ୟ ଆରମ୍ଭ ହେବ।

ଖାତା ମୂଲ୍ୟାୟନ ପାଇଁ ଚଳିତ ବର୍ଷ ରାଜ୍ୟରେ ମୋଟ ୬୦ଟି ମୂଲ୍ୟାଙ୍କନ କେନ୍ଦ୍ରରେ ୧୬,୨୦୬ ଜଣ ପରୀକ୍ଷକଙ୍କୁ ନିଯୁକ୍ତ କରାଯାଇଛି । ଖାତା ମୂଲ୍ୟାୟନ କେନ୍ଦ୍ର ମଧ୍ୟକୁ ପରୀକ୍ଷକମାନେ ମୋବାଇଲ ଫୋନ ନ ନେବାକୁ ବୋର୍ଡ଼ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ସୂଚନା ଯୋଗ୍ୟ, ୫୦ଟି ମୂଲ୍ୟାୟନ କେନ୍ଦ୍ରରେ ମାଟ୍ରିକ ଏବଂ ୫ଟି କେନ୍ଦ୍ରରେ ମଧ୍ୟମା ଓ ୫ଟି ମୂଲ୍ୟାୟନ କେନ୍ଦ୍ରରେ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଖାତାଦେଖା ହେବ। ଖାତାଦେଖା ପାଇଁ ୭୬୧ ଜଣ ମୁଖ୍ୟ ପରୀକ୍ଷକ,୧୪୮୨ ଜଣ ଉପ ମୁଖ୍ୟ ପରୀକ୍ଷକ, ୧୨,୨୬୫ ଜଣ ସହକାରୀ ପରୀକ୍ଷକ,୧,୫୨୨ ଜଣ ସ୍କୃଟିନାଇଜର ମିଶି ମୋଟ ୧୬, ୦୩୦ ଜଣ ନିଯୁକ୍ତ ହୋଇଛନ୍ତି। ଏଥିସହ ମଧ୍ୟମା ପରୀକ୍ଷା ଖାତା ମୂଲ୍ୟାୟନ ପାଇଁ ୧୭୬ ଜଣ ସହକାରୀ ପରୀକ୍ଷକଙ୍କୁ ନିଯୁକ୍ତ କରାଯାଇଛି। ପରୀକ୍ଷକମାନେ ରବିବାର ମୂଲ୍ୟାୟନ କେନ୍ଦ୍ରରେ ଯୋଗଦାନ କରିସାରିଥିବା ଜଣାପଡ଼ିଛି। ମୂଲ୍ୟାୟନ ପ୍ରକ୍ରିୟା ଏପ୍ରିଲ ୫ରେ ଶେଷ ହେବ। ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ ମୂଲ୍ୟାୟନ ଉପରେ ମାଧ୍ୟମିକ ଶିକ୍ଷା ବୋର୍ଡ ବିଶେଷ ଗୁରୁତ୍ୱ ଦେଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories