www.samajalive.in
Saturday, December 6, 2025
26.1 C
Bhubaneswar

ବିଜେପିକୁ ଫେରିଲେ ଖାରବେଳ ସ୍ୱାଇଁ

ଭୁବନେଶ୍ୱର : ବରିଷ୍ଠ ରାଜ ନେତା ତଥା ପୂର୍ବତନ ସାଂସଦ ମହାମେଘ ବାହାନ ଐର ଖାରବେଳ ସ୍ୱାଇଁ ସୋମବାର ବିଧିବଦ୍ଧ ଭାବେ ବିଜେପିରେ ଯୋଗଦାନ କରିଛନ୍ତି । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ସେ ବିଜେପିରେ ସାମିଲ ହୋଇଛନ୍ତି । ପୂର୍ବରୁ ଶ୍ରୀ ସ୍ବାଇଁ ୧୯୯୮ରୁ ୨୦୦୯ ପର୍ଯ୍ୟନ୍ତ ବିଜେପି ଟିକେଟରେ ବାଲେଶ୍ୱରରୁ ଲଗାତାର ୩ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ତେଣୁ ଆଜିର ପ୍ରତ୍ୟାବର୍ତ୍ତନକୁ ଖାବବେଳଙ୍କ ଘର ବାହୁଡା କୁହାଯାଉଛି । ସେ କନ୍ଧମାଳ ଲୋକସଭା ଆସନରୁ ଲଢିବା ନେଇ ଚର୍ଚ୍ଚା ହେଉଛି।

ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ଉପସଭାପତି ସମୀର ମହାନ୍ତିଙ୍କ ସମେତ ବହୁ ଦଳୀୟ ନେତା ଉପସ୍ଥିତ ଥିଲେ।

- Advertisement -

ରାଜ୍ୟରେ ଅପାରଗ ସରକାରକୁ ବିଦା କରିବା ପାଇଁ ସେ ବିଜେପିକୁ ଫେରିଛନ୍ତି ବୋଲି ଖାରବେଳ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟକ୍ତିତ୍ବ ଏବଂ ଭାରତକୁ ଏକ ବିଶ୍ବ ଶକ୍ତିରେ ପରିଣତ କରିବାରେ ତାଙ୍କର ପ୍ରୟାସ ତାଙ୍କୁ ବେଶ ଉତ୍ସାହିତ କରିଛି ବୋଲି ଶ୍ରୀ ସ୍ବାଇଁ ମତ ଦେଇଛନ୍ତି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories