www.samajalive.in
Wednesday, December 10, 2025
23.1 C
Bhubaneswar

ଓଡ଼ିଶାରେ ହେବ ୧ହଜାର ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କରୋନା ହସ୍ପିଟାଲ

ସମାଜ ପୋର୍ଟାଲ ଡେସ୍କ: ରାଜ୍ୟରେ ଆଗାମୀ ଦିନରେ କରୋନା ସଂକ୍ରମଣର ସ୍ତିତି ଆକଳନ କରିବା ପରେ ରାଜ୍ୟ ସରକାର ୧ହଜାର ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କରୋନା ହସ୍ପିଟାଲ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ରାଜ୍ୟ ସରକାର ଉଭୟ କିମସ୍ ଓ ସମ ହସ୍ପିଟାଲ ସହ ବୁଝାମଣା ପତ୍ର ସ୍ଵାକ୍ଷର କରାଯାଇଥିବା ଜଣାପଡିଛି। ଆଜି ଅପରାହ୍ନରେ ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କରୋନା ମୁକାବିଲା କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚି କହିଛନ୍ତି।

ସେ କହିଛନ୍ତି, ୨ଦିନ ଭିତରେ ଓଡ଼ିଶାବାସୀ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକୁ ଗ୍ରହଣ କରିଛନ୍ତି ଓ ଘରୁ ନ ବାହାରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ୩ଲକ୍ଷରୁ ଅଧିକ ଓଡ଼ିଶାବାସୀ ଏ ନେଇ ଶପଥ ନେଇଥିବା ଓ ସେ ସମ୍ପର୍କିତ ଭିଡିଓ ସାମାଜିକ ଗଣମାଧ୍ୟମରେ ସେଆର କରିଥିବା ସେ କହିଛନ୍ତି। ଆଜିର ସାମ୍ବାଦିକ ସମ୍ମିଳନୀରେ ବିଶେଷ ଭାବରେ ରାଜ୍ୟରେ ୨ଟି ହସ୍ପିଟାଲ ସହ ୧୦୦୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କରୋନା ହସ୍ପିଟାଲ ଖୋଲିବା ପାଇଁ ନିଷ୍ପତ୍ତି ହୋଇଥିବା ବିଷୟ ପ୍ରକାଶ କରି ବାଗଚି କହିଛନ୍ତି।

Hot this week

ଜେଲ୍‌ ଅଛି ତ ବେଲ୍‌ ଅଛି

କଥା କଥାକେ ଆମ ସମାଜରେ ଅସାମାଜିକ ଲୋକଙ୍କ ମୁହଁରେ ଏହି ବାକ୍ୟ...

ବିପୁଳ ମାଓ ସାମଗ୍ରୀ ଠାବ

ବାଲିଗୁଡା : ବାଲିଗୁଡା ବିଏସ୍‌ଏଫ୍ ଯବାନଙ୍କୁ ବଡ ସଫଳତା ମିଳିଛି। ବଡ଼ଧରଣର...

ଚିନ୍ତାକଳ୍ପ : ଦୃଷ୍ଟିକୋଣ

ଦୃଷ୍ଟିକୋଣ (ଆଭିମୁଖ୍ୟ)ରେ ପରିବର୍ତ୍ତନ ସବୁଠାରୁ ବଡ଼ ପରିବର୍ତ୍ତନ ବୋଲି କୁହାଯାଇଥାଏ। ଆପଣାର...

ସମ୍ପାଦକୀୟ : ଭୂମିକମ୍ପ ବିପତ୍ତି

ଭାରତର ସହରାଞ୍ଚଳ ପାଇଁ ସତର୍କ ଘଣ୍ଟି ଜାପାନରେ ଗତ ୮ ତାରିଖ ଦିନ...

ସମ୍ପାଦକୀୟ : ଯଥା ପୂର୍ବଂ, ତଥା ପରମ୍‌

ସରକାର ବଦଳିଲେ ଧାରା ବଦଳୁ ନାହିଁ ନଭେମ୍ବର ୨୭ରେ ଭାରତର ରାଷ୍ଟ୍ରପତିଙ୍କ ଅଭିଭାଷଣରୁ...

Related Articles

Popular Categories