www.samajalive.in
Monday, December 15, 2025
16.1 C
Bhubaneswar

୮୬ ରାଷ୍ଟ୍ରରେ ୧୦ ହଜାର ଭାରତୀୟ ବନ୍ଦୀ

ନୂଆଦିଲ୍ଲୀ: ବିଶ୍ବର ୮୬ଟି ରାଷ୍ଟ୍ରର ଜେଲ୍‌ରେ ୧୦,୧୫୨ ଜଣ ଭାରତୀୟ ବନ୍ଦୀ ରହିଥିବା ଜଣାପଡିଛି। ଗୁରୁବାର ରାଜ୍ୟସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ବୈଦେଶିକ ରାଷ୍ଟ୍ର ମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂହ ଏହି ସୂଚନା ଦେଇଛନ୍ତି। ଏଥିମଧ୍ୟରୁ ସାଉଦି ଆରବରେ ସଂଖ୍ୟାଧିକ ୨୬୩୩ ଜଣ ଭାରତୀୟ ସେଠାକାର ଜେଲରେ ଥିବାବେଳେ ଏହାପଛକୁ ସଂଯୁକ୍ତ ଆରବ ଏମିରେଟ୍‌ସ (ୟୁଏଇ)ରେ ୨୫୧୮ ଓ ନେପାଳରେ ୧୩୧୭ ଜଣ କଏଦୀ ଜୀବନ ଅତିବାହିତ କରୁଛନ୍ତି। ଏହାବ୍ୟତୀତ କାତାରରେ ୬୧୧, କୁଏତରେ ୩୮୭, ମାଲେସିଆରେ ୩୩୮, ବ୍ରିଟେନରେ ୨୮୮, ପାକିସ୍ତାନରେ ୨୬୬, ଚୀନ୍‌ରେ ୧୭୩, ଆମେରିକାରେ ୧୬୯, ଇଟାଲୀରେ ୧୬୮ ଏବଂ ଓମାନରେ ୧୪୮ ଭାରତୀୟ ଏହି ଦଣ୍ଡ ଭୋଗୁଛନ୍ତି। ଏମାନଙ୍କ ମଧ୍ୟରେ ୨୬୮୪ ବିଚାରାଧୀନ କଏଦୀ ସାମିଲ ଥିବା କୁହାଯାଇଛି। ଏହାବ୍ୟତୀତ ବିଦେଶୀ ଜେଲ୍‌ରେ ଥିବା ୫୪ ଭାରତୀୟ ଅପରାଧୀଙ୍କୁ ମୃତ୍ୟୁ ଦଣ୍ଡାଦେଶ ମିଳିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ଏଭଳି ଚରମ ଦଣ୍ଡାଦେଶ ପାଇଥିବା ଭାରତୀୟଙ୍କ ମଧ୍ୟରେ ୟୁଏଇରେ ସର୍ବାଧିକ ୨୯ ଓ ସାଉଦି ଆରବରେ ୧୨ ଜଣ ସାମିଲ ଅଛନ୍ତି। ଏହି ରାଷ୍ଟ୍ରରେ ଥିବା ଭାରତୀୟ ଦୂତାବାସର ତଥ୍ୟକୁ ଆଧାର କରି ଉପରୋକ୍ତ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ବିଦେଶୀ ଜେଲ୍‌ରେ ଥିବା ଭାରତୀୟ କଏଦୀଙ୍କୁ ସେଠାକାର ଦୂତାବାସ ପକ୍ଷରୁ ସମସ୍ତ ପ୍ରକାର ଆଇନଗତ ସହାୟତା ପ୍ରଦାନ କରାଯାଇଛି। ଅପରପକ୍ଷରେ ମୋଟ ୩୦୭ ଭାରତୀୟ ମତ୍ସ୍ୟଜୀବୀ ବର୍ତ୍ତମାନ ବିଦେଶୀ ଜେଲରେ ଅବସ୍ଥାନ କରୁଥିବା ଜଣାପଡିଛି। ପାକିସ୍ତାନରେ ସର୍ବାଧିକ ୨୧୭ ଭାରତୀୟ ମତ୍ସ୍ୟଜୀବୀ ବନ୍ଦୀ ଥିବାବେଳେ ଶ୍ରୀଲଙ୍କାରେ ୫୮, ସାଉଦି ଆରବରେ ୨୮ ଓ ବାହାରିନରେ ୪ ଜଣ ମତ୍ସ୍ୟଜୀବୀ ବନ୍ଦୀ ଅଛନ୍ତି। ୨୦୨୪ରେ ଶ୍ରୀଲଙ୍କା ପକ୍ଷରୁ ୪୭୯ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଖଲାସ କରାଯାଇଥିବାବେଳେ ବାଂଲାଦେଶ ପକ୍ଷରୁ ୯୫, ବାହାରିନ ପକ୍ଷରୁ ୪୭, କାତାର ପକ୍ଷରୁ ୨୯ ଏବଂ ସାଉଦି ଆରବ ପକ୍ଷରୁ ୨୭ ମତ୍ସ୍ୟଜୀବୀଙ୍କୁ ଖଲାସ କରାଯାଇଥିବା ପ୍ରକାଶ। ବିଦେଶରେ ବନ୍ଦୀ ଥିବା ଭାରତୀୟ ମତ୍ସ୍ୟଜୀବୀଙ୍କ ମୁକ୍ତି ଏବଂ ସ୍ବଦେଶ ପ୍ରତ୍ୟାବର୍ତ୍ତନ ପ୍ରସଙ୍ଗକୁ ଭାରତ ସରକାର ସବୁବେଳେ ଗୁରୁତ୍ବ ଦେଇଆସୁଥିବା ମନ୍ତ୍ରୀ କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories