www.samajalive.in
Monday, December 15, 2025
14.1 C
Bhubaneswar

ଲୁନାରେ ଗଞ୍ଜାମରୁ ଆସିଲେ ଭଦ୍ରକ

ଭଦ୍ରକ : ‘ମୁଁ ପ୍ରଶଂସା ପାଇବା ପାଇଁ ଏଠାକୁ ଆସିନି। ପିଲା ଦୁଇଟାଙ୍କ କଥା ଜାଣିଲା ପରେ ମନ କହିଲା କିଛି ସହାୟତା କରିବାକୁ। ମୋ ଲୁନା ଧରି ସାହସ କରି ବାହାରି ଆସିଲି…।’ ଦୀର୍ଘ ୩୨୦କି.ମି. ଦୂରତା ଅତିକ୍ରମ କରି ଲୁନା (ମୋପେଡ୍‌) ଗାଡ଼ିରେ ଆସିଛନ୍ତି ଜଣେ ସତୁରିପର ବୃଦ୍ଧ।
ଦଶଦିନ ବ୍ୟବଧାନରେ ବାପା ଓ ମା’ଙ୍କୁ ହରାଇଥିବା ଦୁଇ ଶିଶୁଙ୍କ ସହାୟତା ଲାଗି ଜଣେ ୭୫ ବର୍ଷୀୟ ବୃଦ୍ଧ ସୁଦୂର ଗଞ୍ଜାମରୁ ଲୁନା ଚଳାଇ ଭଦ୍ରକର ବଣିଆ ପେଡ଼ାସାହି ଗ୍ରାମରେ ପହଞ୍ଚିବା ଘଟଣା ଭିନ୍ନ ଏକ ମାନବୀୟ ନିଦର୍ଶନ ସୃଷ୍ଟି କରିଛି। ସୂଚନାଥାଉ କି; ଭଦ୍ରକ ବ୍ଲକର ବଣିଆ ପେଡ଼ାସାହି ଗ୍ରାମର ନରହରି ପେଡ଼ା ଓ ତାଙ୍କ ପତ୍ନୀ ଇତିଶ୍ରୀ ଉଭୟ ବୃକକ୍‌ ରୋଗରେ ପୀଡ଼ିତ ଥିଲେ। ଗତ ଅଗଷ୍ଟ ୨୪ରେ ଇତିଶ୍ରୀଙ୍କ ପରଲୋକ ହୋଇଥିଲା। ସେପ୍ଟେମ୍ବର ୨ରେ ଇତିଶ୍ରୀଙ୍କ ଦଶାହ ଦିନ ନରହରି ବି ଚାଲିଯାଇଥିଲେ ଆରପାରିକୁ।
ଏମିତି ଏକ ଦୁଃଖଦ ଖବର ଗଣମାଧ୍ୟମରୁ ଜାଣି ଦୁଃଖରେ ମ୍ରିୟମାଣ ହୋଇ ପଡ଼ିଥିଲେ ଗଞ୍ଜାମର ବୟସ୍କ ମଧୁସୂଦନ ପାତ୍ର। ବାପା, ମା’ଙ୍କୁ ହରାଇ ଅନାଥ ହୋଇଯାଇଥିବା ପୁଅ ପ୍ରେମ ଓ ଝିଅ ପ୍ରଭାତୀଙ୍କୁ କିଛି ସହାୟତା କରିବାକୁ ମନ ବଳାଇଥିଲେ ମଧୁସୂଦନ। ନିଜେ ଚଳାଉଥିବା ଲୁନାକୁ ଧରି ଭଦ୍ରକ ଅଭିମୁଖେ ବାହାରି ରବିବାର ସନ୍ଧ୍ୟାରେ ପହଞ୍ଚିଥିଲେ ପେଡ଼ାସାହି ଗ୍ରାମରେ। ସେଠାରେ ପହଞ୍ଚି ସ୍ୱର୍ଗତ ନରହରିଙ୍କ ସମ୍ପର୍କୀୟଙ୍କୁ ଦୁଇ ଶିଶୁଙ୍କ ଲାଗି ୧୦ହଜାର ଟଙ୍କାର ନଗଦ ସହାୟତା ଦେଇଛନ୍ତି ମଧୁସୂଦନ। କାନକୁ ଭଲ ଶୁଭୁ ନ ଥିବା ବେଳେ ପରିଣତ ବୟସରେ ଗାଡ଼ି ଚଳାଇ ୩୨୦ କିଲୋମିଟର ଦୂରରୁ ଆସିଥିବା ମଧୁସୂଦନଙ୍କୁ ଦେଖି ଗ୍ରାମବାସୀ ବି ହତବାକ୍‌ ହୋଇ ଯାଇଥିଲେ। ସମସ୍ତେ ମଧୁସୂଦନଙ୍କର ବେଶ୍‌ ପ୍ରଶଂସା କରିଛନ୍ତି; କିନ୍ତୁ ମଧୁସୂଦନ କହିଛନ୍ତି ‘ମୁଁ ପ୍ରଶଂସା ପାଇବା ପାଇଁ ଏଠାକୁ ଆସିନି। ପିଲା ଦୁଇଟାଙ୍କ କଥା ଜାଣିଲା ପରେ ମନ ବଳିଲା କିଛି ସହାୟତା କରିବାକୁ। ମୋ ଲୁନା ଧରି ସାହସ କରି ବାହାରି ଆସିଲି…।’

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories