www.samajalive.in
Saturday, December 6, 2025
17.1 C
Bhubaneswar

ରାଉରକେଲାରେ ପୁଣି ୧୦ ମୃତ: ୪ ଜଣିଆ ଡାକ୍ତରୀ ଟିମ୍‌ର ତଦନ୍ତ ଆରମ୍ଭ

ରାଉରକେଲା : ରାଉରକେଲାରେ ଗ୍ରୀଷ୍ମପ୍ରବାହ ଜନିତ ଅସ୍ବାଭାବିକ ମୃତ୍ୟୁ ଘଟଣାରେ ରୋକ୍‌ ଲାଗିପାରୁନାହିଁ। ଶୁକ୍ରବାର ରାତିରେ ବର୍ଷା ଯୋଗୁଁ ତାତିରେ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଏହାସତ୍ତ୍ବେ ଗତ ରାତିରୁ ଶନିବାର ସନ୍ଧ୍ୟା ସୁଦ୍ଧା ପୁଣି ୧୦ଜଣ ଆକ୍ରାନ୍ତ ଆଖି ବୁଜିଛନ୍ତି। ତିନି ଦିନରେ ମୋଟ୍‌ ୩୨ଜଣ ଆଖି ବୁଜିଛନ୍ତି। ସହର ଓ ଏହାର ଆଖପାଖ ଅଞ୍ଚଳରେ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଥିବାରୁ ସାଧାରଣରେ ଆତଙ୍କ ଜାରି ରହିଛି। ତିନିଦିନ ଭିତରେ ହଠାତ୍‌ ଏତେ ଲୋକଙ୍କ ଅସ୍ବାଭାବିକ ମୃତ୍ୟୁ ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିବା ପରେ ଏହାର ତଦନ୍ତ ପାଇଁ କଟକ, ଭୁବନେଶ୍ୱର ଓ ସୁନ୍ଦରଗଡ଼ରୁ ଏକ ୪ଜଣିଆ ବିଶେଷଜ୍ଞ ଦଳ ରାଉରକେଲାରେ ପହଞ୍ଚିଛନ୍ତିି। ବିଭିନ୍ନ ଦିଗରୁ ଯାଞ୍ଚ କରି ସେମାନେ ନୋଡାଲ ଅଧିକାରୀ ସ୍ବତନ୍ତ୍ର ରିଲିଫ ଆୟୁକ୍ତ (ଏସ୍‌ଆରସି)ଙ୍କୁ  ରିପୋର୍ଟ ଦାଖଲ କରିବେ। ସେହିପରି ମୃତକଙ୍କ ଭିତରେ ୯୦ପ୍ରତିଶତରୁ ଅଧିକ ଶ୍ରମିକ ଶ୍ରେଣୀର ଥିବାରୁ ରାଉରକେଲା ତହସିଲଦାର ଓ ଜିଲା ଶ୍ରମ ଅଧିକାରୀଙ୍କ ସମେତ ଅନ୍ୟମାନଙ୍କୁ ନେଇ ଆଉ ଏକ ଦଳ ଗଠନ କରଯାଇଛି। ବସ୍ତିକୁ ଯାଇ ମୃତକଙ୍କ ପରିବାରରୁ ତଥ୍ୟ ହାସଲ କରିବାକୁ ଏହି ଦଳକୁ ନିର୍ଦେଶ ଦିଆଯାଇଛି। ଗତ ୩୦ତାରିଖରୁ ରାଉରକେଲାରେ ଅସ୍ବାଭାବିକ ମୃତ୍ୟୁ ଆରମ୍ଭ ହୋଇଥିଲା। ସେ ଦିନ ଅପରାହ୍ଣ ୪ଟାରୁ ରାତି ୧୦ଟା ଭିତରେ ଅର୍ଥାତ ୬ଘଣ୍ଟାରେ ୧୦ଜଣଙ୍କ ମୃତ୍ୟୁ ଘଟିଥିଲା। ରାତି ୧୨ଟା ସୁଦ୍ଧା ମୃତକଙ୍କ ସଂଖ୍ୟା ୧୪କୁ ବୃଦ୍ଧି ପାଇଥିଲା। ଶୁକ୍ରବାର ପୁଣି ଅପରାହ୍ଣରୁ ରାତି ୧୦ଟା ପର୍ଯ୍ୟନ୍ତ ଆଉ ୯ଜଣଙ୍କ ମୃତ୍ୟୁ ଘଟିଥିଲା। ରାତି ୧୦ଟାରୁ ଶନିବାର ଅପରାହ୍ଣ ୪ଟା ସୁଦ୍ଧା ଆଉ ୧୦ଜଣଙ୍କ ମୃତ୍ୟୁ ହୋଇଛି। ଏହି ୧୦ଜଣଙ୍କ ଭିତରୁ ୫ଜଣ ରାଉରକେଲା ସରକାରୀ ହାସପାତାଳ ଓ ୫ଜଣ ହାଇଟେକ୍‌ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଏମାନଙ୍କୁ ମିଶାଇ ତିନିଦିନ ଭିତରେ ଅସ୍ବାଭାବିକ ମୃତ୍ୟୁ ସଂଖ୍ୟା ୩୨କୁ ବୃଦ୍ଧି ପାଇଛି। ତେବେ  ମୃତକମାନେ ଦିନରେ କାମରୁ ଫେରି ରାତିରେ ଶୋଇଥିବା ସମୟରେ ମୃତ୍ୟୁ ମୁଖରେ ପଡ଼ିଥିବାରୁ ଅଧିକାଂଶ ମଦ୍ୟପାନ କରିଥିଲେ ବୋଲି କୁହାଯାଉଛି। ଅସ୍ୱାଭାବିକ ମୃତ୍ୟୁ ପଛରେ ମଦ୍ୟପାନ ଆଉ ଏକ କାରଣ ହୋଇପାରେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ମତ ଦେଉଛନ୍ତି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories