www.samajalive.in
Saturday, December 6, 2025
17.1 C
Bhubaneswar

ସିବିଆଇ ହେପାଜତରୁ ୧୦୩ କିଲୋ ସୁନା ଗାଏବ

କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ଦେଶର ସବୁଠୁ ବଡ଼ ତଦନ୍ତକାରୀ ସଂସ୍ଥା। କିନ୍ତୁ ଖୋଦ୍‌ ସିବିଆଇ ହେପାଜତରୁ ଗାଏବ ହୋଇଯାଇଛି ୧୦୩ କିଲୋଗ୍ରାମ ଓଜନର ସୁନା। ତାମିଲନାଡୁର ରାଜଧାନୀ ଚେନ୍ନାଇରେ ଏହିପରି ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ନାକୁ ଆସିଛି। ସିବିଆଇ ହେପାଜତରୁ ଗାଏବ ହୋଇଯାଇଥିବା ସୁନାର ମୂଲ୍ୟ ପ୍ରାୟ ୪୫ କୋଟି ଟଙ୍କା ହେବ ବୋଲି ସୂଚନା ମିଳିଛି। ମାଡ୍ରାସ ହାଇକୋର୍ଟ ସିବି-ସିଆଇଡିକୁ ଏହି ଘଟଣାର ତଦନ୍ତ ନିର୍ଦେଶ ଦେବା ପରେ ଏହା ଲୋକଲୋଚନକୁ ଆସିଛି।

- Advertisement -

ସୂଚନା ଅନୁସାରେ, ସିବିଆଇ ୨୦୧୨ରେ ଚେନ୍ନାଇର ସୁରାନା କର୍ପୋରେଶନ କାର୍ଯ୍ୟାଳୟରେ ଚଢ଼ାଉ କରିବା ସମୟରେ ୪୦୦.୫ କିଲୋଗ୍ରାମ ଓଜନର ସୁନା ଜବତ କରିଥିଲା। ଏବେ ଉକ୍ତ ଜବତ ୪୦୦ କିଲୋ ସୁନାରୁ ୧୦୩ କିଲୋ ସୁନା ଗାଏବ ହୋଇଯାଇଛି। ସିବିଆଇ ପକ୍ଷରୁ କୁହାଯାଇଛି ଯେ, ଚେନ୍ନାଇରେ ଥିବା ସିବିଆଇର ମୁଖ୍ୟ ସ୍ବତନ୍ତ୍ର ଅଦାଲତକୁ ସୁନା ରହିଥିବା ତିଜୋରିର ୭୨ଟି ଚାବି ପ୍ରଦାନ କରାଯାଇଥିଲା।

ସିବିଆଇ ଦାବି କରି କହିଛି ଯେ, ଯେତେବେଳେସୁନା ଜବତ ହୋଇଥିଲା ସେତେବେଳେ ସୁନାର ସମସ୍ତ ରଡ୍‌କୁ ଏକାସଙ୍ଗେ ଓଜନ କରାଯାଇଥିଲା। ଏବେ ଏସବିଆଇ ଏବଂ ସୁରାନା ମଧ୍ୟରେ ବୁଝାମଣା ହେବା ପରେ ସୁନାକୁ ଅଲଗା ଅଲଗା ଓଜନ କରାଗଲା, ଯେଉଁଥିରେ ଗଡ଼ବଡ଼ ହୋଇଛି। ହାଇକୋର୍ଟ ବିଚାରପତି ଜଷ୍ଟିସ ପ୍ରକାଶ ସିବିଆଇର ଏହି ଦାବିକୁ ମାନିବାକୁ ମନା କରିଦେଇଛନ୍ତି। ସେ ସିବି-ସିଆଇଡିର ଏସପି ପାହ୍ୟାର ଜଣେ ଅଧିକାରୀଙ୍କୁ ମାମଲାର ତଦନ୍ତ ଦାୟିତ୍ଵ ଦେବା ସହିତ ୬ମାସ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦେଶ ଦେଇଛନ୍ତି।

ଅନ୍ୟପଟେ ସିବିଆଇ ପକ୍ଷରୁ ବିଚାରପତିଙ୍କୁ କୁହାଯାଇଥିଲା ଯେ, ଯଦି ସ୍ଥାନୀୟ ପୁଲିସ ଏହି ମାମଲାର ଯାଞ୍ଚ କରେ, ତେବେ ସେମାନଙ୍କ ପ୍ରତିଷ୍ଠା ଉପରେ ପ୍ରଭାବ ପଡ଼ିବ। ଏହା ଉପରେ ବିଚାରପତି କହିଥିଲେ ଯେ, ଏହାର ଅର୍ଥ ହେଉଛି କେବଳ ସିବିଆଇ ହିଁ ବଡ଼ ବଡ଼ ମାମଲାର ଯାଞ୍ଚ କରିପାରିବ, ସ୍ଥାନୀୟ ପୁଲିସ ବେକାର। କିନ୍ତୁ ଆଇନ ଏପରି ଆକ୍ଷେପକୁ ଅନୁମତି ଦିଏ ନାହିଁ। ସମସ୍ତ ପୁଲିସ କର୍ମୀଙ୍କ ଉପରେ ଭରସା କରାଯିବା ଦରକାର ବୋଲି କୋର୍ଟ କହିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories