www.samajalive.in
Saturday, December 6, 2025
23.1 C
Bhubaneswar

ଟଙ୍କା କିଣିପାରେନି ମା‘ର ମମତାକୁ, ‘୧୦ ଲକ୍ଷ ଟଙ୍କା ନୁହେଁ ମୋ ଝିଅକୁ ନ୍ୟାୟ ମିଳୁ’

ନୟାଗଡ : ‘୧୦ ଲକ୍ଷ ଟଙ୍କା ନୁହେଁ,ମୋ ଝିଅକୁ ନ୍ୟାୟ ମିଳୁ’। ଝିଅକୁ ନ୍ୟାୟ ଦେବାପାଇଁ ଶେଷ ପର୍ଯ୍ୟନ୍ତ ଲଢ଼ିବି। ଟଙ୍କା ଦେଲେ ଭାବୁଛନ୍ତି ଆମେ ଚୁପ୍‌ ହୋଇ ବସି ରହିବୁ। କିନ୍ତୁ ଆମର ଟଙ୍କା ଦରକାର ନାହିଁ। ଆମ ଝିଅକୁ ନ୍ୟାୟ ଦରକାର। ମନ୍ତ୍ରୀ ଇସ୍ତଫା ଦିଅନ୍ତୁ। ସିବିଆଇ ଏହି ଘଟଣାର ତଦନ୍ତ କରୁ।” ଏପରି ଭାବେ ନିଜ କ୍ଷୋଭ ପ୍ରକାଶ କରିଛନ୍ତି ଝିଅ ହତ୍ୟାକାରୀକୁ ଗିରଫ ଦାବିରେ ଧାରଣାରେ ବସିଥିବା ପରୀର ମା’ ସୌଦାମିନୀ ।

ପରୀ ହତ୍ୟା ଘଟଣାରେ ତାଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଦେବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ସୁପାରିସ କରାଯିବ ବୋଲି ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା କହିବା ପରେ ଏହାକୁ ନାପସନ୍ଦ କରିଛନ୍ତି ପରୀର ମା । ସେ ଏହା ମନ୍ତ୍ରୀ ଅରୁଣ ସାହୁଙ୍କ ଚକ୍ରାନ୍ତ ବୋଲି କହିଛନ୍ତି। ଝିଅକୁ ନ୍ୟାୟ ଦେବାପାଇଁ ଶେଷ ପର୍ଯ୍ୟନ୍ତ ଲଢ଼ିବି, କୌଣସି ଅର୍ଥ ଲାଳସା ମୋତେ ଭ୍ରମିତ କରି ପାରିବ ନାହିଁ ବୋଲି କହିଛନ୍ତି ସୌଦାମିନୀ ।

- Advertisement -

ଏଥିସହ ସେ କହିଛନ୍ତି ଆମ ପିଲାକୁ ଚୋରି କରି ନେଲେ, ମାରି ଦେଲେ। ପରେ ଆମ ଉପରେ ଆକ୍ରମଣ କଲେ, ମିଛ କେସ୍‌ କଲେ। ଏସପି, ଜିଲାପାଳଙ୍କୁ ଗୁହାରି ଜଣାଇଲେ ବି କିଛି ପଦକ୍ଷେପ ଗ୍ରହଣ କଲେନି। କାହିଁକି ସେମାନେ ଚୁପ୍‌ ବସିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ସୌଦାମିନୀ। ଟଙ୍କା ଅଥବା କୌଣସି ଲୋଭ ଯେ ଜଣେ ମାଆ ର ମମତାକୁ କିଣିପାରେ ନାହିଁ ଏକଥାକୁ ପ୍ରମାଣିତ କରିଛି ସୌଦାମିନୀଙ୍କ ଦୃଢୋକ୍ତି ।

Hot this week

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

Related Articles

Popular Categories