www.samajalive.in
Saturday, December 6, 2025
15.1 C
Bhubaneswar

ଆଜି ରାଜ୍ୟରୁ ୩୩୫ ନୂଆ କରୋନା ସଂକ୍ରମିତ ଚିହ୍ନଟ, ୪ ମୃତ

ଭୁବନେଶ୍ବର : ଆଜି ରାଜ୍ୟରୁ ୩୩୫ ନୂଆ​‌ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୧୯୩ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୧୪୨ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି।

ଆଜି  ୩୩୫ ସଂକ୍ରମିତ ରାଜ୍ୟର ୨୭ ଜିଲା ଓ ଷ୍ଟେଟ୍‌ ପୁଲ୍‌ରୁ ଚିହ୍ନଟ ହୋଇଛନ୍ତି । ଗଜପତି, କନ୍ଧମାଳ ଓ ସୁବର୍ଣ୍ଣପୁର ଜିଲାରୁ ଆଜି କୌଣସି କରୋନା ସଂକ୍ରମିତ ଚିହ୍ନଟ ହୋଇନଥିବା ବେଳେ ସୁନ୍ଦରଗଡ଼ ଜିଲାରୁ ସର୍ବାଧିକ ୫୨ ଜଣ ରହିଛନ୍ତି। ଏହା ପଛକୁ ଖୋର୍ଦ୍ଧା ଜିଲା ରହିଛି। ଏଠାରେ ୩୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ସହିତ ଅନୁଗୋଳ ଜିଲାରେ ୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରେ ୨୬, ବରଗଡ଼ରେ ୮, ଭଦ୍ରକରେ ୮, ବଲାଙ୍ଗିରରେ ୧୧, ବୌଦ୍ଧରେ ଜଣେ, କଟକରେ ୨୦, ଦେବଗଡ଼ରେ ଜଣେ, ଢେଙ୍କାନାଳରେ ୫, ଗଞ୍ଜାମରେ ୭, ଜଗତସିଂହପୁରରେ ୭, ଯାଜପୁରରେ ୯, ଝାରସୁଗୁଡ଼ାରେ ୨୫, କଳାହାଣ୍ଡିରେ ୨, କେନ୍ଦ୍ରାପଡ଼ାରେ ୫, କେନ୍ଦୁଝରରେ ୧୪, କୋରାପୁଟରେ ଜଣେ, ମାଲକାନଗିରିରେ ୨, ମୟୂରଭଞ୍ଜରେ ୨୯, ନବରଙ୍ଗପୁରରେ ୪, ନୟାଗଡ଼ରେ ଜଣେ, ନୂଆପଡ଼ାରେ ୭, ପୁରୀରେ ୧୫, ରାୟଗଡ଼ାରେ ୨ ଓ ସମ୍ବଲପୁରରେ ୧୦ ଜଣ ଓ ଷ୍ଟେଟ୍‌ ପୁଲ୍‌ରୁ ୭ ଜଣ ଚିହ୍ନଟ ହୋଇଛନ୍ତି।

- Advertisement -

ସେହିପରି ଆଜି ରାଜ୍ୟରୁ ୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ୪ ମୃତକଙ୍କ ମଧ୍ୟରେ ସୁନ୍ଦରଗଡ ଜିଲାରୁ ୨ ଜଣ, ବାଲେଶ୍ବର, ମାଲକାନଗିରି ଜିଲାରୁ ଜଣେ ଲେଖାଏଁ ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮୦୨କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ  ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩ ଲକ୍ଷ ୨୩ ହଜାର ୩୬୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୩ ହଜାର ୨୩୧ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩ ଲକ୍ଷ ୧୮ହଜାର ୨୭୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୬୩ ଲକ୍ଷ ୪୫ ହଜାର ୭୦୫ଟି ସାମ୍ପୁଲ ଟେଷ୍ଟ୍ ହୋଇଛି ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories