www.samajalive.in
Saturday, December 6, 2025
26.1 C
Bhubaneswar

ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିନାହିଁ ବିଜେଡି, ଓଡ଼ିଶାରେ ସୁଶାସନ ନୁହେଁ କୁଶାସନ ଚାଲିଛି: ଡି. ପୁରନ୍ଦେଶ୍ବରୀ

ଭୁବନେଶ୍ବର : ଓଡ଼ିଶା ବିଜେପି ପ୍ରଭାରୀ ଦାୟିତ୍ୱ ଗ୍ରହଣ ପରେ ପ୍ରଥମ ଥର ଓଡ଼ିଶା ଗସ୍ତରେ ଆସିଥିବା ଡି. ପୁରନ୍ଦେଶ୍ୱରୀ ରାଜ୍ୟ ସରକାର ଓ ବିଜେଡି ଉପରେ ବର୍ଷିଛନ୍ତି । ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଡି. ପୁରନ୍ଦେଶ୍ୱରୀ ଆଜି ଗସ୍ତର ଶେଷ ଦିନରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ କରିଥିବା ଗଣମାଧ୍ୟମ ସମ୍ମିଳନୀରେ  ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଅନେକ ପ୍ରଶ୍ନ ପଚାରିଛନ୍ତି । ପୁରନ୍ଦେଶ୍ୱରୀ କହିଛନ୍ତି ଯେ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିନାହାନ୍ତି ରାଜ୍ୟ ସରକାର, ଓଡ଼ିଶାରେ ସୁଶାସନ ନୁହେଁ କୁଶାସନ ଚାଲିଛି। ୨୦୧୪ରେ ସମସ୍ତଙ୍କୁ ପକ୍କାଘର ଦେବାକୁ ବିଜେଡି ପ୍ରତିଶ୍ରୁତି ଦେଇଥିଲା । ମାତ୍ର ୨୦୧୯ ସୁଦ୍ଧା ନିଜ ପ୍ରତିଶ୍ରୁତି ପୂରଣ କରିପାରିଲା ନାହିଁ । ଏହା ସୁଶାସନ ନୁହେଁ, କୁଶାସନର ପ୍ରମାଣ ।

ଏଥି ସହିତ ରାଜ୍ୟରେ ଆଇନ କାନୁନ ବ୍ୟବସ୍ଥା ଉପରେ ମଧ୍ୟ ପ୍ରଶ୍ନ ଉଠାଇ ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ବରୀ କହିଛନ୍ତି ରାଜ୍ୟର ମୁଖିଆ ରାଜ୍ୟ ବାସୀଙ୍କୁ ନ୍ୟାୟ ଦେବାରେ ବିଫଳ ହୋଇଛନ୍ତି । ନବୀନ ବାବୁ ରାଜ୍ୟବାସୀଙ୍କୁ ନ୍ୟାୟ ଦେଉଥିବା ନେଇ ଯେଉଁ ଡିଣ୍ଡିମ ପିଟୁଛନ୍ତି ସେ କୁହନ୍ତୁ ରାଜ୍ୟର ସାଢେ ୪ କୋଟି ଲୋକଙ୍କ ମଧ୍ୟରେ ‘ପରୀ’ ପରିବାର ଆସୁନାହାନ୍ତି କି?ଓଡିଶାର ଆଇନ ଶୃଙ୍ଖଳା ବିପର୍ୟ୍ୟସ୍ତ ହୋଇ ନାହିଁ କି ?

- Advertisement -

ସେହିପରି ଓଡ଼ିଶାରେ ଆୟୁଷ୍ମାନ ଯୋଜନା ଲାଗୁ ନହେବା ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ପୁରନ୍ଦେଶ୍ୱରୀ । ପ୍ରଶ୍ନ କରିଛନ୍ତି, ଆୟୁଷ୍ମାନ ଯୋଜନା ରାଜ୍ୟରେ କାହିଁକି ଲାଗୁ କଲେ ନାହିଁ ମୁଖ୍ୟମନ୍ତ୍ରୀ ? କେତେ ଘରକୁ ପାନୀୟ ପାଣି ଯୋଗାଣ କରିଛନ୍ତି ରାଜ୍ୟ ସରକାର,କେତେ ଲୋକଙ୍କ ଘରେ ପାଣି ପହଞ୍ଚିଛି ମୁଖ୍ୟମନ୍ତ୍ରୀ ଜବାବ ଦେବା ଉଚିତ୍ । ରାଜ୍ୟର କେତେ ଲକ୍ଷ ହେକ୍ଟର ଜମିକୁ ରାଜ୍ୟ ସରକାର ଜଳସେଚନ ସୁବିଧା କରିଛନ୍ତି ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ବରୀ।

ଏଥି ସହିତ ଓଡିଶା ଗସ୍ତର ଶେଷ ଦିନରେ ବିଜେପି ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ବରୀ ମୋଦୀ ସରକାରଙ୍କ ଜନହିତକର ଯୋଜନା ଓ ସଫଳତାର ଗୁଣଗାନ କରିଛନ୍ତି । ପୁରନ୍ଦେଶ୍ୱରୀ କହିଛନ୍ତି, ବିଜେପି ପ୍ରତିଶ୍ରୁତି ପୂରଣ କରିବାକୁ ବଦ୍ଧପରିକର । ଲୋକଙ୍କ ଆସ୍ଥା ଓ ବିଶ୍ୱାସ ଯୋଗୁ ଦଳ ସଂସଦରେ ବହୁମତ ହାସଲ କରିଛି । ମୋଦି ସରକାର ଲୋକଙ୍କ ହିତରେ ବହୁ ଯୋଜନା କରିଛନ୍ତି । ଗରିବ ଓ ପଛୁଆ ଲୋକଙ୍କ ବିକାଶ ଦିଗରେ କାମ କରୁଛି ବିଜେପି ।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories