www.samajalive.in
Saturday, December 6, 2025
14.1 C
Bhubaneswar

୨୦୦୪ରେ ପ୍ରଣବଙ୍କୁ ପ୍ରଧାନମନ୍ତ୍ରୀ ରୂପରେ ଦେଖିବାକୁ ଚାହୁଁଥିଲେ ଅନେକ କଂଗ୍ରେସ ନେତା

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଲିଖିତ ପୁସ୍ତକ ‘ଦ ପ୍ରେସିଡେନ୍ସିଆଲ ଇୟର୍ସ’ ପୁସ୍ତକ ଆସନ୍ତା ଜାନୁୟାରୀରେ ପ୍ରକାଶ ପାଇବ। ଏହା ପୂର୍ବରୁ ପୁସ୍ତକର କିଛି ଅଂଶ ରିପୋର୍ଟ ଆକାରରେ ପ୍ରକାଶ ପାଇବା ପରେ ଏହାକୁ ନେଇ କଂଗ୍ରେସ ଭିତରେ ରାଜନୈତିକ ହଲ୍‌ଚଲ୍‌ ଆରମ୍ଭ ହୋଇଛି। ପ୍ରଣବ ଏବେ ଆଉ ନାହାନ୍ତି, କିନ୍ତୁ ସେ ତାଙ୍କ ପୁସ୍ତକରେ କଂଗ୍ରେସ ଭିତରେ ରହିଥିବା ଏକାଧିକ ଗୁମର କଥାକୁ ସାମ୍ନାକୁ ଆଣିବାକୁ ଚେଷ୍ଟା କରିଛନ୍ତି।

ସୋନିଆ ଗାନ୍ଧୀ ଏବଂ ମନମୋହନ ସିଂହଙ୍କ ଯୋଗୁ ୨୦୧୪ ନିର୍ବାଚନରେ କଂଗ୍ରେସର ପରାଜୟ ହେଲା ବୋଲି ପ୍ରଣବ ତାଙ୍କ ଅନୁଭୂତି ପୁସ୍ତକରେ ଲେଖିଛନ୍ତି। କେବଳ ଏହି ଗୋଟିଏ କଥା ନୁହେଁ, ୨୦୦୪ରେ କିଏ ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି ଅନେକ ଦଳୀୟ ନେତା ଚାହୁଁଥିଲେ ତାହା ବି ପ୍ରଣବ ଦର୍ଶାଇଛନ୍ତି।

- Advertisement -
Image Courtesy: Mint

ପ୍ରଣବ ଲେଖିଛନ୍ତି, ସେତେବେଳେ ଅନେକ ଦଳୀୟ ନେତା ମନମୋହନ ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି ଚାହୁଁ ନ ଥିଲେ। ପ୍ରଣବ ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି ସେମାନେ ଚାହୁଁଥିଲେ। ଏହା ହୋଇଥିଲେ ୨୦୧୪ରେ କଂଗ୍ରେସର ପରାଜୟ ଟଳି ଯାଇଥାନ୍ତା ବୋଲି ସମ୍ପୃକ୍ତ ନେତାମାନେ ଅନୁମାନ ଲଗାଇଥିଲେ। ପ୍ରଣବ ଏହା ଲେଖିବା ସହିତ ଏଥିରେ ସେ ସହମତ ନ ଥିବା ଉଲ୍ଲେଖ କରିଛନ୍ତି।

ପ୍ରଣବ ଲେଖିଛନ୍ତି, ମୁଁ ଏହି ବିଚାରକୁ ସ୍ବୀକାର କରୁନାହିଁ। କିନ୍ତୁ ମୁଁ ବିଶ୍ଵାସ କରେ ଯେ, ରାଷ୍ଟ୍ରପତି ଭାବେ ମୋର ଉତ୍ଥାନ ହେବା ପରେ ଦଳୀୟ ନେତୃତ୍ଵ ରାଜନୈତିକ ଦୃଷ୍ଟି ଆକର୍ଷଣ ହରାଇଦେଲେ। ସୋନିଆ ଗାନ୍ଧୀ ଦଳର ବିଭିନ୍ନ ସମସ୍ୟାକୁ ସମ୍ଭାଳିବାରେ ଅସମର୍ଥ ଥିଲେ ଏବଂ ଡା. (ମନମୋହନ) ସିଂହଙ୍କ ଦୀର୍ଘ ସମୟର ଅନୁପସ୍ଥିତି ଅନ୍ୟ ସାଂସଦମାନଙ୍କ ସହିତ ତାଙ୍କର କୌଣସି ବ୍ୟକ୍ତିଗତ ସମ୍ପର୍କକୁ ଶେଷ କରିଦେଲା।

ରାଷ୍ଟ୍ରର ସମଗ୍ର ସ୍ଥିତି ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ପ୍ରଶାସନର କାର୍ଯ୍ୟକଳାପକୁ ପ୍ରତିଫଳିତ କରେ। କିନ୍ତୁ ମନମୋହନଙ୍କୁ ଦଳୀୟ ମେଣ୍ଟର ସୁରକ୍ଷା କରିବାକୁ ହାଇକମାଣ୍ଡଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଥିଲା, ଯାହା ତାଙ୍କ ଶାସନ ପଦ୍ଧତି ଉପରେ ଭାରି ପଡ଼ିଥିଲା ବୋଲି ପୁସ୍ତକର ଏକ ଅଂଶରେ ଲେଖାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories