ଇପିଏଫଓରେ ସାମିଲ ହେଲେ ୧ ଲକ୍ଷ ୯୪ ହଜାର ମହିଳା

ଡେସ୍କ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନରେ ୨୦୨୩ ନଭେମ୍ବର ମାସରେ ୧୩ ଲକ୍ଷ ୯୫ ହଜାର ସଦସ୍ୟ ଗ୍ରହଣ କରିଛି। ସଂଗଠନ ଦ୍ୱାରା ଆଜି ପ୍ରକାଶିତ ସୂଚନାରୁ ଏହା ଜଣାପଡିଛି। ୨୦୨୩ ନଭେମ୍ବରରେ ପ୍ରାୟ ୭ ଲକ୍ଷ ୩୬ ହଜାର ନୂଆ ସଦସ୍ୟ ସଂଗଠନ ସହ ଯୋଡି ହୋଇଛନ୍ତି। ନୂତନ ଭାବେ ଯୋଗ ଦେଇଥିବା ସଦସ୍ୟମାନଙ୍କ ମଧ୍ୟରେ, ୧୮ରୁ ୨୫ ବର୍ଷ ବୟସ ବର୍ଗର ସମୁଦାୟ ନୂତନ ସଦସ୍ୟମାନଙ୍କ ୫୭.୩୦% ଅଟେ।

ମରିସସ୍ ଲୋକଙ୍କ ଶ୍ରୀ ରାମ ଭକ୍ତି ଭଜନ ଓ ମୈଥିଲି ଠାକୁରଙ୍କ ଗୀତ ସେୟାର କଲେ ପ୍ରଧାନମନ୍ତ୍ରୀ

ତଥ୍ୟ ଅନୁଯାୟୀ, ସଂଗଠନରୁ ୧୦ ଲକ୍ଷ ୬୭ ହଜାର ବାହାରି ଯାଇଥିଲେ ମଧ୍ୟ ସେମାନେ ପୁଣି ସାମିଲ ହୋଇଛନ୍ତି ଅର୍ଥାତ ସେହି ସଦସ୍ୟମାନେ ସେମାନଙ୍କର କର୍ମକ୍ଷେତ୍ର ବଦଳାଇଛନ୍ତି। ନୂଆ ଯୋଗ ଦେଇଥିବା ୭ ଲକ୍ଷ ୩୬ ହଜାର ସଦସ୍ୟଙ୍କ ମଧ୍ୟରୁ ପ୍ରାୟ ୧ ଲକ୍ଷ ୯୪ ହଜାର ନୂତନ ମହିଳା ସଦସ୍ୟ ପ୍ରଥମ ଥର ପାଇଁ ଇପିଏଫଓରେ ଯୋଗ ଦେଇଛନ୍ତି।

Comments are closed.