Patra electronics

ମରିସସ୍ ଲୋକଙ୍କ ଶ୍ରୀ ରାମ ଭକ୍ତି ଭଜନ ଓ ମୈଥିଲି ଠାକୁରଙ୍କ ଗୀତ ସେୟାର କଲେ ପ୍ରଧାନମନ୍ତ୍ରୀ

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମରିସସ୍ ଲୋକଙ୍କ ଦ୍ୱାରା ଗାନ କରାଯାଇଥିବା ଶ୍ରୀ ରାମ ଭକ୍ତିର ଭଜନ ଏବଂ କଥା ସେୟାର କରିଛନ୍ତି। ପ୍ରଧାନମନ୍ତ୍ରୀ ନିଜ ଟ୍ୱିଟର ହ୍ୟାଣ୍ଡେଲ ଏକ୍ସରେ ଏ ନେଇ ଲେଖିଛନ୍ତି – ମରିସସ୍‌ର ଲୋକ ନିଜ ପରମ୍ପରାକୁ ସଂରକ୍ଷିତ ରଖିଛନ୍ତି ଏବଂ ସେଥିରେ କଥା ଏବଂ ଭଜନ ମାଧ୍ୟମରେ ରାମ ଭକ୍ତି ସାମିଲ ରହିଛି। ଏତେ ବର୍ଷ ପର୍ଯ୍ୟନ୍ତ ଏତେ ଗଭୀର ସାଂସ୍କୃତିକ ମୂଳ ଏବଂ ଭକ୍ତିର ପ୍ରସାର ଦେଖି ବେଶ୍ ଭଲ ଲାଗିଲା।


ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ରାମାୟଣର ଭାବୁକ ସବରୀ ଅଧ୍ୟାୟ ଉପରେ ମୈଥିଲି ଠାକୁର ଗାଇଥିବା ଗୀତ ସେୟାର କରିଛନ୍ତି।ଶ୍ରୀ ମୋଦୀ କହିଛନ୍ତି ଯେ, ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ଅବସର ସମସ୍ତଙ୍କୁ ଭଗବାନ ଶ୍ରୀ ରାମଙ୍କ ଜୀବନ ଓ ଆଦର୍ଶ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗ ମନେ ପକାଇ ଦେଉଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ଅବସର ଦେଶବ୍ୟାପୀ ମୋର ପରିବାରଜନଙ୍କୁ ପ୍ରଭୁ ଶ୍ରୀ ରାମଙ୍କ ଜୀବନ ଏବଂ ଆଦର୍ଶ ସହ ଜଡ଼ିତ ପ୍ରତ୍ୟେକ ଘଟଣା ମନେ ପକାଇ ଦେଉଛି। ଏପରି ଏକ ଭାବପ୍ରବଣ ଘଟଣା ସବରୀ ସହ ଜଡ଼ିତ। ମୈଥିଲି ଠାକୁର ଜୀ କିପରି ଏହାକୁ ନିଜ ସୁମଧୁର ସ୍ୱରରେ ଗାଇଛନ୍ତି ତାହା ଶୁଣନ୍ତୁ।

Comments are closed.