ଭୋଜନ ଥାଳିରେ ଭାତ, ଡାଲି , ସାଲାଡ ସହ ଚଟଣି ସ୍ୱାଦକୁ ଦ୍ୱିଗୁଣିତ କରିଥାଏ। ଜାଣନ୍ତୁ ଏହାକୁ ପ୍ରସ୍ତୁତ କରିବାର ପ୍ରଣାଳୀ ….
ଆବଶ୍ୟକ ସାମଗ୍ରୀ
କଞ୍ଚାଲଙ୍କା – ଆବଶ୍ୟକ ଅନୁଯାୟୀ
ରସୁଣ – ଆବଶ୍ୟକ ଅନୁଯାୟୀ
ଲୁଣ – ସ୍ୱାଦ ଅନୁଯାୟୀ
ସୋରିଷ ତେଲ – ଆବଶ୍ୟକ ପରିମାଣରେ
ଅଁଳା,ତେନ୍ତୁଳି – ଅଳ୍ପ
କଳାଲୁଣ – ସାମାନ୍ୟ
ଜିରା – ଅଳ୍ପ
ହେଙ୍ଗୁ – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ରସୁଣକୁ ଛଡାଇ ଅଁଳାକୁ କାଟି ଦିଅନ୍ତୁ। ଏବେ ଗ୍ୟାସରେ ଏକ କଡେଇ ବସାଇ ତେଲ ଗରମ କରନ୍ତୁ। ଏଥିରେ ଜିରା ପକାନ୍ତୁ। ଏବେ ରସୁଣକୁ ପକାଇ ଭାଜନ୍ତୁ। ପୁଣି କଞ୍ଚାଲଙ୍କା ପକାଇ ଭାଜନ୍ତୁ। ଅଳ୍ପ ତେନ୍ତୁଳି ପକାନ୍ତୁ। ଏହାକୁ ଏକ ପାତ୍ରକୁ କାଢି ଥଣ୍ଡା କରନ୍ତୁ। ଏଥିରେ ଧନିଆପତ୍ର,ଲୁଣ, ହେଙ୍ଗୁ , ଅଁଳା ପକାଇ ପେଷି ଦିଅନ୍ତୁ ପ୍ରସ୍ତୁତ ହୋଇଗଲା କଞ୍ଚାଲଙ୍କା ରସୁଣ ଚଟଣି।



