www.samajalive.in
Saturday, December 6, 2025
26.1 C
Bhubaneswar

‘ମୁଁ ଜିତିବି’

ଅମୃତସର: ଚର୍ଚ୍ଚାରେ ପଞ୍ଜାବ  କଂଗ୍ରେସର ମୁଖ୍ୟ  ନବଜୋତ ସିଂହ ସିଦ୍ଧୁ । ସିଦ୍ଧୁ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଏହି ଅବସରରେ ଦୃଢ଼ୋକ୍ତି ମଧ୍ୟ ପ୍ରକାଶ କରିଛନ୍ତି । ସିଦ୍ଧୁ କହିଛନ୍ତି କି, ଆଜି ନାମାଙ୍କନ ଦାଖଲ କଲି । ମୁଁ କେବେ ହାରିବି ନାହିଁ । ମୋର ୧୭ ବର୍ଷର ରାଜନୈତିକ କ୍ୟାରିୟରରେ ମୁଁ କିଛି ଭୁଲ କରିନାହିଁ । ଯାହା ଠିକ୍‍ ତାହା ମୁଁ କରିଛି । ସବୁବେଳେ ସତ୍ୟର ସାଥ୍‍ ଦେଇଛି । ସବୁ ସମୟରେ ଲୋକଙ୍କ ସାଥିରେ ରହିଛି । ତେଣୁ ମୁଁ ହାରିବି ନାହିଁ ବୋଲି କହିଛନ୍ତି ସିଦ୍ଧୁ । ଅନ୍ୟପଟେ ସିଦ୍ଧୁ ଅକାଳୀ ଦଳକୁ ଟାର୍ଗେଟ୍‍ ମଧ୍ୟ କରିଛନ୍ତି । ସେ କହିଛନ୍ତି, ଅକାଳୀ ଦଳର ଲୋକେ ଡ୍ରଗ୍ସ ବିକ୍ରି କରୁଛନ୍ତି । ଏଭଳି ସମୟରେ କିଏ ତାଙ୍କୁ ଭୋଟ୍‍ ଦେବ ବୋଲି ସିଦ୍ଧୁ ପ୍ରଶ୍ନ କରିଛନ୍ତି । ଆଜି କରୋନା କଟକଣା ମଧ୍ୟରେ କଂଗ୍ରେସର ମୁଖ୍ୟ ନବଜୋତ ସିଂହ ସିଦ୍ଧୁ ନାମାଙ୍କନ ଦାଖଲ କରିଥିଲେ । ଦାଖଲ କରିବା ସମୟରେ ଏପରି ବୟାନ ଦେଇଥିଲେ  ।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories