www.samajalive.in
Thursday, November 13, 2025
25.1 C
Bhubaneswar

ଉତ୍କଳମଣି ଗୋପବନ୍ଧୁଙ୍କ ଜନ୍ମମାଟିରେ ୭୫ ତମ ଆଜାଦି କା ଅମୃତ ମହୋତ୍ସବ ପାଳନ

ସୁଆଣ୍ଡୋ :  ସାରା ଦେଶରେ ଆଜାଦି କା ଅମୃତ ମହୋତ୍ସବ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଉତ୍କଳମଣି ଗୋପବନ୍ଧୁଙ୍କ ଜନ୍ମମାଟି ସୁଆଣ୍ଡୋ ରେ ୭୫ ତମ ଆଜାଦି କା ଅମୃତ ମହୋତ୍ସବ ଶନିବାର ଭୁବନେଶ୍ୱର ସ୍ଥିତ ଭାରତୀୟ ଖାଦ୍ୟ ନିଗମ ମଣ୍ଡଳ ପକ୍ଷରୁ ପାଳନ ହୋଇଯାଇଛି । ଏଥିରେ ମଣ୍ଡଳ ପ୍ରବନ୍ଧକ ରାମ ଫୁଲ ମିନା ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ଉତ୍କଳମଣି କ୍ୟାମ୍ପସ ପରିସରରେ ଥିବା ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ରେ ମଣ୍ଡଳ ପ୍ରବନ୍ଧକ ଶ୍ରୀ ମିନା ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।
ପଣ୍ଡିତ ଗୋପବନ୍ଧୁ ଏକାଧାରରେ ସ୍ୱାଧୀନତା ସଂଗ୍ରାମୀ, ଗରିବ ର ବନ୍ଧୁ, ତ୍ୟାଗୀ, ଜନସେବକ, ଶିକ୍ଷକ, ସାମ୍ବାଦିକ, ବିହାର ଓଡ଼ିଶା ଲାଟ ସଭାର ସଭ୍ୟ, ଭାରତୀୟ ଜାତୀୟ କଂଗ୍ରେସ ର ପ୍ରଥମ ଓଡିଶା ସଭାପତି, ସତ୍ୟବାଦୀ ବନବିଦ୍ୟାଳୟର ପ୍ରତିଷ୍ଠାତା, ଜଣେ ପ୍ରଜ୍ଞା ପୁରୁଷ , ଦୈନିକ  ଖବରକାଗଜ ‘ସମାଜ’ର ପ୍ରାଣପ୍ରତିଷ୍ଠାତା ଭାବେ ଧରାପୃଷ୍ଠରେ  ଅକ୍ଷୟ କିର୍ତ୍ତୀ ସବୁଦିନ ପାଇଁ ରଖି  ଯାଇଛନ୍ତି ବୋଲି ଶ୍ରୀ ମିନା କହିଥିଲେ । ଆୟୋଜିତ କାର୍ୟ୍ୟକ୍ରମରେ ସରୋଜ କୁମାର ସ୍ଵାଇଁ, ଅମିତ କୁମାର ବିଭାଗୀୟ କର୍ମଚାରୀ ଓ କେଦାରନାଥ ଦଳେଇ ଉପସ୍ଥିତ ରହିଥିଲେ । ଶ୍ରୀ ମିନା ଗୋପବନ୍ଧୁଙ୍କ କୂଳ ଦେବତା ରାଧାବିନୋଦ ବିହାରୀ ଦେବ ଠାକୁରଙ୍କୁ ଦର୍ଶନ କରିବା ସହ ପୂଜାଅର୍ଚ୍ଚନା କରିଥିଲେ । କାର୍ୟ୍ୟକ୍ରମ ରେ ସମାଜ ର ସାମ୍ବାଦିକ ଧୀରେନ୍ଦ୍ର ନାଥ ଦାସ ଗୋପବନ୍ଧୁଙ୍କ ଜୀନାଦର୍ଶ ସମ୍ପର୍କରେ ଆଲୋକପାତ କରିଥିଲେ ।

Hot this week

ସମ୍ପାଦକୀୟ : ଓଡ଼ିଶାରେ ମାଣ୍ଡିଆ ଗ୍ରାମ

ପାହାଡ଼ ଗାଁରେ ମାଣ୍ଡିଆ ଚାଷ, ସୂରୁଯ ଉଇଁଲେ ଆସଇ ହସ। ଏ...

ସମ୍ପାଦକୀୟ : ପାକିସ୍ତାନୀ ମିଛ , ପୁରୁଣା ଅଭ୍ୟାସର ପୁନରାବୃତ୍ତି

ନିକଟରେ ଦିଲ୍ଲୀର ଲାଲକିଲା ପାଖରେ ହୋଇଥିବା ବିସ୍ଫୋରଣର ଠିକ୍ ପରେ ପରେ...

ସମ୍ପାଦକୀୟ : ଆତଙ୍କବାଦୀ ଓ ତାଙ୍କ ସମର୍ଥକଙ୍କୁ କଠୋର ଦଣ୍ଡ ଦିଆଯାଉ

ଆତଙ୍କବାଦୀ ଏବଂ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ଲୋକଙ୍କ ବିରୋଧରେ ଆମର ସୁରକ୍ଷା...

ହାଇକୋର୍ଟର ଆସିଷ୍ଟାଣ୍ଟ ସେକ୍ସନ୍‌ ଅଫିସର ମୁଖ୍ୟ ପରୀକ୍ଷା ବାତିଲ

ଏଏସ୍‌ଓ ମୁଖ୍ୟ ପରୀକ୍ଷା ବାତିଲ କଟକ, ୧୨ା୧୧ (ନି.ପ୍ର): ହାଇକୋର୍ଟର ଆସିଷ୍ଟାଣ୍ଟ ସେକ୍ସନ୍‌...

Related Articles

Popular Categories