www.samajalive.in
Sunday, December 7, 2025
14.1 C
Bhubaneswar

ମହାବିଦ୍ୟାଳୟରେ କୋଭିଡ଼-୧୯ ନିୟନ୍ତ୍ରଣ ଆଲୋଚନା ଚକ୍ର ଅନୁଷ୍ଠିତ

ଗଞ୍ଜାମ :  ଗଞ୍ଜାମ ସହର ସ୍ଥିତ ଯଶୋଦା ମହିଳା ଡିଗ୍ରୀ ମହାବିଦ୍ୟାଳୟ ଠାରେ କଲେଜ ପରିଚାଳନା ପରିଷଦ ଓ ମାଣ୍ଡିଆପଲିସ୍ଥିତ ଗ୍ରାମ୍ୟ ଜନତା ଶିକ୍ଷା ଆନ୍ଦୋଳନ ଅନୁଷ୍ଠାନ ତରଫରୁ “କୋଭିଡ଼-୧୯ ନିୟନ୍ତ୍ରଣରେ ବ୍ୟକ୍ତିଗତ ସ୍ୱାସ୍ଥ୍ୟରକ୍ଷାର ଗୁରୁତ୍ବ” ସମ୍ପର୍କରେ ଏକ ଆଲୋଚନା ଚକ୍ରର ଆୟୋଜନ କରାଯାଇଥିଲା। ଅତିଥି ଭାବେ ଯୋଗଦେଇ ଗ୍ରାସିମ୍ କେମିକାଲ ଇନଡଷ୍ଟ୍ରିଜର ଡେପୁଟି ଜେନେରାଲ ମ୍ୟାନେଜର ଶ୍ରୀ ରବୀନ୍ଦ୍ର କୁମାର ମହାନ୍ତି,  ପ୍ରତିଭା ପାଢ଼ୀ, ପ୍ରେମ ଅନୁଷ୍ଠାନର ପ୍ରକଳ୍ପ ସଂଯୋଜକ ସୁବୋଧ ନାୟକ, ରବି ଗୋପାଳ, ଦୁର୍ଗା ପ୍ରସାଦ ପାଣିଗ୍ରାହି, ଆଇ. ଆର୍. ପି. ଏମ୍ ବିଭାଗୀୟ ମୁଖ୍ୟ କୁମାରୀ ନନ୍ଦିତା ପୋଲାଇ, ଇଂରାଜୀ ବିଭାଗ ମୁଖ୍ୟ  ଲିପିକା ପଣ୍ଡା ଆଦି କୋଭିଡ଼-୧୯ କୁ ପ୍ରତିହତ କରିବା ନିମନ୍ତେ ବ୍ୟକ୍ତିଗତ ସ୍ୱାସ୍ଥ୍ୟରକ୍ଷାର ଗୁରୁତ୍ବ ବିଷୟରେ ଆଲୋକପାତ କରିଥିଲେ। ଆଲୋଚନା ଚକ୍ରରେ ସମସ୍ତ ୧୫୦ ଛାତ୍ରୀ ଓ ଷ୍ଟାଫ ମାନଙ୍କୁ ଆଲୋଚନା ଚକ୍ରର ଅତିଥି  ପ୍ରତିଭା ପାଢ଼ୀ, ଶ୍ରୀ ରବୀନ୍ଦ୍ର କୁମାର ମହାନ୍ତି ଓ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ବ୍ୟକ୍ତିଗତ ସ୍ବାସ୍ଥ୍ୟ ରକ୍ଷା ସାମଗ୍ରୀ ପ୍ରଦାନ କରିଥିଲେ। ଅଧ୍ୟକ୍ଷା ଲିପିକା ପଣ୍ଡା ଉପସ୍ଥିତ ଅତିଥି, ସମସ୍ତ ବିଭାଗର ମୁଖ୍ୟ ଓ କର୍ମଚାରୀଙ୍କୁ ଧନ୍ୟବାଦ ଦେବା ଅବସରରେ କଲେଜ ତଥା ଛାତ୍ରୀଙ୍କ ଉନ୍ନତି କଳ୍ପେ ଏହିପରି ସହଯୋଗ ଆଗକୁ ଜାରି ରଖିବାକୁ ପ୍ରେମ ଓ ଗ୍ରାସିମ ଇଣ୍ଡଷ୍ଟ୍ରିଜର ପ୍ରତିନିଧିଙ୍କୁ ଅନୁରୋଧ କରିଥିଲେ। କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ ପାଇଁ ମହାବିଦ୍ୟାଳୟ ପରିଚାଳନା କର୍ତ୍ତୃପକ୍ଷ ସଭାପତି ଡକ୍ଟର ଜାକବ ଥୁଣ୍ଡାୟିଲଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories