୩୧ରେ ରାଜ୍ୟସ୍ତରୀୟ ମହିଳା ପାଇକ ଆଖଡା ସମାବେଶ, ଯୋଗଦେବେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଭୁବନେଶ୍ୱର : ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ୧୮୧୭ ମସିହାର ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଉତ୍ସବ ପାଳନର ଉଦଯାପନ ଉତ୍ସବରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବରୁଣେଇର ପାଦଦେଶରେ ଓଡ଼ିଶାର ବୀରତ୍ୱପୂର୍ଣ୍ଣ ଗୌରବାଜ୍ଜ୍ୱଳ ଐତିହ୍ୟର ସ୍ମାରକୀ ସ୍ୱରୂପ ଏକ ବିଶାଳ ସ୍ମୃତିସ୍ତମ୍ଭ ତଥା ସ୍ମାରକୀ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ। ରାଜ୍ୟ ସରକାର ବରୁଣେଇ ପାଦ ଦେଶରେ ପ୍ରାୟ ୩୨ କୋଟି ଟଙ୍କାର ୧୦ ଏକର ଜାଗାକୁ ବିନା ମୂଲ୍ୟରେ ଯୋଗାଇ ଦେଇଛନ୍ତି। ଅନୁରୂପ ଭାବରେ କେନ୍ଦ୍ର ସରକାର ୧୯୦ କୋଟି ଟଙ୍କା ପ୍ରଦାନ କରିଥିବାରୁ ପାଇକ ସ୍ମୃତି ସ୍ମାରକୀ ନିର୍ମାଣ ପାଇଁ ପଥ ପରିଷ୍କାର ହୋଇଯାଇଛି। ଏହି ସ୍ମୃତି ସ୍ମାରକୀ ସମଗ୍ର ଓଡ଼ିଆ ଜାତର ଅସ୍ମିତା, ବୀରତ୍ୱପୂର୍ଣ୍ଣ ଐତିହ୍ୟର ବାର୍ତ୍ତା ସମଗ୍ର ଦେଶ ବିଦେଶରେ ପ୍ରଚାର ପ୍ରସାର କରିବା ସହିତ ପର୍ଯ୍ୟଟକ ଓ ଗବେଷକମାନଙ୍କୁ ଆକୃଷ୍ଟ କରିବ।

prayash

ଏହି ଦୃଷ୍ଟିକୋଣରୁ ଓଡ଼ିଶା ରାଜ୍ୟ ପାଇକ ଆଖଡ଼ା ମହାସଂଘ ପକ୍ଷରୁ ସମଗ୍ର ଓଡ଼ିଶାର ପ୍ରାୟ ଏକ ହଜାରରୁ ଅଧିକ ମହିଳା ପାଇକ ବାହିନୀ, ପାଇକ ଆଖଡ଼ା ଦଳ ତଥା ଦଳପତିମାନଙ୍କୁ ନେଇ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ମହିଳା ପାଇକ ସମାବେଶ, ଶୋଭାଯାତ୍ରା, ବିଜୟ ଉତ୍ସବ ଓ ସମ୍ବର୍ଦ୍ଧନ ପର୍ବ ଜୁଲାଇ ୩୧ ତାରିଖରେ ଜୟଦେବ ଭବନରେ ଆୟୋଜିତ ହେବ ବୋଲି ଏଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ରାଜ୍ୟ ପାଇକ ଆଖଡ଼ା ମହାସଂଘର ସାଧାରଣ ସମ୍ପାଦକଦିଲ୍ଲୀପ ଶ୍ରୀଚନ୍ଦନ, ଓଡ଼ିଶା ବୀର ମହାସଂଘର ସଭାପତିପ୍ରକାଶ ଶ୍ରୀଚନ୍ଦନ ଓ ମୁଖ୍ୟ ସଂଯୋଜକ ନରେନ୍ଦ୍ର ପୃଷ୍ଟି ପ୍ରମୁଖ ସୂଚନା ଦେଇଛନ୍ତି।

kalyan agarbati

Comments are closed.