www.samajalive.in
Saturday, December 6, 2025
16.1 C
Bhubaneswar

୨୫ ବର୍ଷରେ ୩ ଜାଲିଆତି; ଫର୍ମୁଲା ଏକ

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ୧୧,୪୦୦କୋଟି ଟଙ୍କାର ଜାତିଆତି ସମ୍ପର୍କିତ ତଥ୍ୟ ଯେତେ ଖୋଲୁଛି, ଭାରତୀୟ ବ୍ୟାଙ୍କିଂ ବ୍ୟବସ୍ଥା କେତେ ଦୁର୍ବଳ ଏହା କ୍ରମଶଃ ପ୍ରମାଣିତ ହେବାରେ ଲାଗିଛି। ନୀରବ ପ୍ରମାଣ କରିଦେଲେ ଯେ, ଆଜି ମଧ୍ୟ ଦେଶର ବ୍ୟାଙ୍କି ବ୍ୟବସ୍ଥାରେ ଅନୁରୂପ ଜାଲିଆତି ହୋଇ ପାରିବ ଯେଉଁ ଉପାୟରେ ହର୍ଷତ ମୋହତା, କେତନ ପାରିଖ ପରି ବ୍ୟକ୍ତି ବ୍ୟାଙ୍କରୁ କୋଟିକୋଟି ଲୁଟି ନେଇଛନ୍ତି। ଦୀର୍ଘ ଦଶନ୍ଧି ମଧ୍ୟରେ ବ୍ୟାଙ୍କିଂ ବ୍ୟବସ୍ଥାରେ ବଡ଼ବଡ଼ ଜାଲିଆତି ହୋଇଥିଲେ ମଧ୍ୟ ଏହାର ସୁରକ୍ଷା ବ୍ୟବସ୍ଥାରେ ସାମାନ୍ୟତମ ପରିବର୍ତ୍ତନ ଆଣିବା ବ୍ୟାଙ୍କିଂ କର୍ତ୍ତୁପକ୍ଷ ଉଚିତ ମଣି ନାହାନ୍ତି। ଏହାର ଜ୍ୱଳନ୍ତ ଉଦାହରଣ ନୀରବ ମୋଦିଙ୍କ ସଦ୍ୟ ୧୧୪୦୦କୋଟି ଟଙ୍କାର ଜାତିଆତି ପୁଣି ଥରେ ହର୍ଷତ ମେହେତା ଓ କେତନ ପାରିଖଙ୍କ କାହାଣୀକୁ ଦୋହରାଇଛି। ପୂର୍ବରୁ ଏନ୍‌ପିଏ ସମସ୍ୟାରେ ଜର୍ଜରିତ ଭାରତୀୟ ବ୍ୟାଙ୍କିଂ ବ୍ୟବସ୍ଥାରେ ଅର୍ଥନୈତିକ ସୁରକ୍ଷା ବ୍ୟବସ୍ଥାରେ କେତେ ପରିବର୍ତ୍ତନ ଆସିଛି ତାହା ଆଜି ନୀରବ ମୋଦିଙ୍କ ଜାତିଆତି ପରେ ସ୍ପଷ୍ଟ ହୋଇଯାଇଛି। ଏସବୁକୁ ତର୍ଜମା କଲେ ବିଗତ ୩ ଦଶନ୍ଧି ମଧ୍ୟରେ ସବୁ ସମୟ ପରି ପ୍ରତିଥର କିଛି ବ୍ୟକ୍ତି ଭାରତୀୟ ବ୍ୟାଙ୍କିଂ ବ୍ୟବସ୍ଥାର ମୁଖ୍ୟ ଦ୍ୱାର ଦେଇ ବ୍ୟାଙ୍କିଂ ନିୟମକୁ ପାଳନ କରି କୋଟିକୋଟି ଟଙ୍କାର ଜାଲିଆତି କରି ଚାଲି ଯାଉଥିବା ପ୍ରମାଣିତ ହେଉଛି।

୨ ଦଶନ୍ଧି ପୂର୍ବେ କେତନ ପାରିଖ ଓ ହର୍ଷତ ମେହେଟା ଆତି ସହଜରେ ନିଜ ବ୍ୟବସାୟିକ ଡିଲକୁ ବ୍ୟାଙ୍କ ପ୍ରବନ୍ଧକଙ୍କ ସହଯୋଗରେ ବ୍ୟାଙ୍କର ଅର୍ଥକୁ ନିଜ ବ୍ୟବସାୟରେ ବିନିଯୋଗ କରି ଦେଇଥିଲେ। ନୀରବ ମଧ୍ୟ ଅନୁରୂପ ଭାବରେ ବ୍ୟାଙ୍କ କର୍ମଚାରୀଙ୍କୁ ହାତ କରି ଲେଟର ଅଫ ଅଣ୍ଡରଟେକିଂ, ପେ-ଅର୍ଡ଼ର, ବାୟାର କ୍ରେଡିଟ ଓ ଲେଟର ଅଫ କମ୍ଫର୍ଟ ପରି ହତିଆରକୁ ନିଜ ବ୍ୟବସାୟରେ ବ୍ୟବହାର କରିନେଲେ। ବ୍ୟାଙ୍କି ବ୍ୟବସ୍ଥାରେ ଏଭଳି ବ୍ୟବସ୍ଥା ଦ୍ୱାରା ଗୋଟିଏ ବ୍ୟାଙ୍କ ଅନ୍ୟ ବ୍ୟାଙ୍କ ପାଇଁ ଗ୍ୟାରେଣ୍ଟର ଭାବରେ ବ୍ୟବହାର କରି ନୀରବ ମୋଦି ନିଜେ ସୁରକ୍ଷିତ ସ୍ଥାନରେ ରହିଗଲେ। ୧୯୯୨ରେ ହର୍ଷତ ମେହେଟା ବ୍ୟଙ୍କିଂ ବ୍ୟବସ୍ଥାର ଏଭଳି ସୀମିତ ପ୍ରକ୍ରିୟାକୁ ଅସ୍ତ୍ର କରି ସେୟାର ବଜାରରେ ଚହଳ ସୃଷ୍ଟି କରି ରାତାରାତି କୋଟିକୋଟି ଟଙ୍କା ଆୟ କରି ନେଇଥିଲେ। ବ୍ୟାଙ୍କର ପଇସାରେ ଶ୍ରୀ ମେହେଟା ସେୟାର ବଜାରରୁ ସେୟାର କିଣି ଏହାର ମୂଲ୍ୟକୁ ରାତାରାତି ବଢାଇ ଦେଇଥିଲେ। ଯେତେବେଳେ ବ୍ୟାଙ୍କକୁ ଟଙ୍କାର ଆବଶ୍ୟକତା ପଡ଼ିଲା ସେତେବେଳେ ସେୟାରର ମୂଲ୍ୟ ତଳକୁ ଖସି ଯାଇଥିଲା। ସେହିପରି ୨୦୦୧ରେ କେତନ ପାରିଖ ମଧ୍ୟ ମାଧବପୁରା ମାର୍କେଟାଇଲ କୋପରିଟିଭ ବ୍ୟାଙ୍କରୁ ଅନୁରୂପ ଇଣ୍ଟର ବ୍ୟାଙ୍କ ପେ ଅର୍ଡ଼ର ବାହାର କରି ବିଏସ୍‌ଇ ଷ୍ଟକ ଏକ୍ସଚେଞ୍ଜରେ ଲଗାଇ ଦେଇଥିଲେ। ଅଥଚ ଏହି ଅର୍ଡ଼ର ବଦଳରେ ପର୍ଯ୍ୟାପ୍ତ ଟଙ୍କା ମଧ୍ୟ ଶ୍ରୀ ପାରିଖ ଦେଇ ନଥିଲେ। ଫଳରେ ମୁମ୍ବଇ ଷ୍ଟକ ଏକ୍ସଚେଞ୍ଜରେ ନିଦ୍ଦିଷ୍ଟ ସେୟାର ରାତାରାତି ଆକାଶଛୁଁଆ ମୂଲ୍ୟରେ ପହଞ୍ଚି ଯାଇଥିଲେ ମଧ୍ୟ ପେ ଅର୍ଡ଼ର ଦେଇଥିବା ବ୍ୟଙ୍କ ରାତାରାତି ଦେବାଳିଆ ହୋଇ ଯାଇଥିଲା।

- Advertisement -

ସିବିଆଇ ଦ୍ୱାରା କରାଯାଇ ଥିବା ଅଭିଯୋଗ ଅନୁରୂପ ଢଙ୍କରେ ନୀରବ ମୋଦି ବ୍ୟଙ୍କକୁ ଠକିଥିବା ସମ୍ପର୍କରେ ରିପୋର୍ଟ ଦିଆଯାଇଛି। ନୀରବ ମୋଦିଙ୍କ କ୍ଷେତ୍ରରେ ମଧ୍ୟ ବ୍ୟାଙ୍କରେ ସୁରକ୍ଷା ମୂଲ୍ୟ( ମାର୍ଜିନ ମନି) ଜମା କରାଯାଇ ନଥିଲା। ଫଳରେ ମୋଦିଙ୍କ ଦ୍ୱାରା ଉଠାଣ ହୋଇଥିବା ସମସ୍ତ ଟଙ୍କା ତାଙ୍କ ଆକାଉଣ୍ଟରୁ କଟିବା ପରିବର୍ତ୍ତେ ବ୍ୟାଙ୍କ ଖାତାରୁ କଟି ଯାଇଥିଲା। ଏଭଳି ବାରମ୍ଭାର ଘଟୁଥିଲେ ମଧ୍ୟ ଭାରତୀୟ ବ୍ୟାଙ୍କି ବ୍ୟବସ୍ଥାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାନଗଲେ ଆଗାମୀ ଦିନରେ ପୁଣି ଥରେ ତଥାକଥିତ କୋଟିପତି ଭାରତୀୟ ବ୍ୟାଙ୍କିକୁ ଅଙ୍ଗୁଠି ଦେଖାଇ କୋଟିକୋଟି ଟଙ୍କାର ଜାତିଆତି କରିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ।

Hot this week

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

Related Articles

Popular Categories