www.samajalive.in
Monday, December 15, 2025
15.1 C
Bhubaneswar

୨୦୨୨ ସୁଦ୍ଧା ସବୁ ଭାରୀଯାନରେ ସ୍ମାର୍ଟ ବ୍ରେକ୍‍ ବାଧ୍ୟତାମୂଳକ

ନୂଆଦିଲ୍ଳୀ: ଏଣିକି କାର ସମେତ ସବୁ ଚାରିଚକିଆ ଯାନରେ ଲାଗିବ ସ୍ମାର୍ଟ ବ୍ରେକ। ଗାଡ଼ି ଚାଲିବା ବେଳେ ଯଦି ହଠାତ୍‍ କୌଣସି ବସ୍ତୁ ସାମ୍‍ନାକୁ ଆସିଯାଏ ତେବେ ଆପେ ଆପେ ଏହି ବ୍ରେକ୍‍ କାମ କରିବ ଓ ଗାଡ଼ିର ଗତି ବନ୍ଦ ହୋଇଯିବ। ଷ୍ଟିଅରିଂର ଗତି ବିଧିକୁ ମଧ୍ୟ ଏହି ସ୍ମାର୍ଟ ବ୍ରେକ୍‍ ନିୟନ୍ତ୍ରଣ କରିବ। ୨୦୨୨ ସୁଦ୍ଧା ଏହି ନିୟମ କାର୍ଯ୍ୟକାରୀ ହେବ। ପ୍ରାଥମିକ ପର୍ଯ୍ୟାୟରେ ଭାରିଯାନରେ ଏଭଳି ବ୍ୟବସ୍ଥା କଡ଼ାକଡ଼ି କରାଯିବ।
ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ସଡ଼କ ପରିବହନ ଓ ଜାହାଜ ଚଳାଚଳ ମନ୍ତ୍ରୀ ନିତିନ ଗଡ଼କରୀ କହିଲେ ଯେ ପାଶ୍ଚାତ୍ୟ ଦେଶମାନଙ୍କରେ ୨୦୨୧ ସୁଦ୍ଧା ଏହି ବ୍ୟବସ୍ଥା ବାଧ୍ୟତାମୂଳକ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ତେଣୁ ଭାରତରେ ଏହି ବ୍ୟବସ୍ଥା ୨୦୨୨ ସୁଦ୍ଧା କାର୍ଯ୍ୟକାରୀ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏ ସମ୍ପର୍କରେ ଅଟୋମୋବାଇଲ୍‍ ଶିଳ୍ପ ଓ ଗାଡ଼ି ନିର୍ମାତାଙ୍କ ସହିତ ପ୍ରାଥମିକ ଆଲୋଚନା ସରିଛି। ଭାରତରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁସଂଖ୍ୟା ବିଶ୍ୱରେ ସର୍ବାଧିକ। ତେଣୁ ଏହି ଅତ୍ୟାଧୁନିକ କୌଶଳ ଜରିଆରେ ଦୁର୍ଘଟଣା ହ୍ରାସ କରାଯାଇପାରିବ ବୋଲି କେନ୍ଦ୍ର ସରକାର ଚିନ୍ତା କରିଛନ୍ତି।
ଆଡ୍‍ଭାନ୍ସଡ୍‍ ଡ୍ରାଇଭର ଆସିଷ୍ଟାଣ୍ଟ ସିଷ୍ଟମ୍‍ ନାମକ ଏହି ବ୍ୟବସ୍ଥାରେ ଜରୁରିକାଳୀନ ସ୍ୱୟଂକ୍ରିୟ ବ୍ରେକ୍‍ ବ୍ୟବସ୍ଥା ସହିତ ଅନ୍ୟାନ୍ୟ ସତର୍କ ସୂଚନା ମଧ୍ୟ ରହିବ। ଗାଡ଼ିର ସର୍ବାଧିକ ଗତି କେତେ ରହିଲେ ସ୍ମାର୍ଟ ବ୍ରେକ୍‍ କାମ କରିବ ସେ ସମ୍ପର୍କରେ ଆଲୋଚନା ଜାରି ରହିଛି। ଏବେ ଭଲ୍‍ଭୋ, ମର୍ସିିଡିସ୍‍ ଭଳି କମ୍ପାନୀ ଏଭଳି ବ୍ୟବସ୍ଥାଯୁକ୍ତ ଯାନ ବଜାରକୁ ଛାଡ଼ିଛନ୍ତି। କିନ୍ତୁ ଦେଶର ସଡ଼କ ଅବସ୍ଥା ଓ ଆନୁଷଙ୍ଗିକ ସୂଚନା ବ୍ୟବସ୍ଥା ଠିକ୍‍ ନଥିବାରୁ ଅନେକ ସମୟରେ ତାହା କାମ କରୁନାହିଁ। ଏଣୁ ଗାଡ଼ିରେ ଅତ୍ୟାଧୁନିକ ବ୍ୟବସ୍ଥା ସହିତ ସଡ଼କ ଭିତ୍ତିଭୂମି ବିକାଶ ଦିଗରେ ମଧ୍ୟ କାମ ଆରମ୍ଭ କରିବାକୁ ସଡ଼କ ମନ୍ତ୍ରାଳୟ ଚିନ୍ତା କରୁଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories