ୟୁଟ୍ୟୁବ୍‌ ମୁଖ୍ୟାଳୟରେ ଗୁଳିକାଣ୍ଡ; ଆକ୍ରମଣକାରୀ ମହିଳା ମୃତ, ୪ ଆହତ

0

ନ୍ୟୁୟର୍କ: ଆମେରିକାରେ ପୁଣି ଗୁଳିକାଣ୍ଡ। ଚକିତ କଲା ଭଳି ଘଟଣା ହେଉଛି ଏଥର ଆକ୍ରମଣକାରୀ ଜଣେ ୩୯ ବର୍ଷୀୟା ମହିଳା। ଆମେରିକା ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସମ୍ପୃକ୍ତା ମହିଳାଙ୍କ ନାମ ନସୀମା ଆଗଦମ୍‌। ଭାରତୀୟ ସମୟାନୁସାରେ ପ୍ରାୟ ସକାଳ ସମୟରେ କାଲିଫର୍ଣ୍ଣିଆସ୍ଥିତ ୟୁଟ୍ୟୁବ୍‌ ମୁଖ୍ୟାଳୟରେ ଏହି ଗୁଳିକାଣ୍ଡ ଘଟିଛି। ନସୀମା ବନ୍ୟଜନ୍ତୁ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟ କରନ୍ତି ଏବଂ ସେ ପ୍ରାୟ ସମୟରେ ୟୁଟ୍ୟୁବ୍‌ରେ ସକ୍ରିୟ ରହିଥାନ୍ତି। ତେବେ ନିକଟରେ ୟୁଟ୍ୟୁବ୍‌ ପକ୍ଷରୁ ନୂଆ ପଲିସି ଜାରି କରାଯାଇଥିଲା। ଯାହାକୁ ନସୀମା ବିରୋଧ କରିଆସୁଥିଲେ। ୟୁଟ୍ୟୁବ ତାଙ୍କ ଭିଡିଓ ଉପରେ ରୋକ୍‌ ଲଗାଇ ଦେଇଥିଲା। ଫଳରେ ୟୁଟ୍ୟୁବ୍‌ରୁ ଆସୁଥିବା ତାଙ୍କ ଆୟ ହ୍ରାସ ପାଇଥିଲା। ଏଥିରେ ଉତ୍ତେଜିତ ହୋଇ ନସୀମା ମଙ୍ଗଳବାର ବିଳମ୍ବିତ ରାତିରେ ୟୁଟ୍ୟୁବ ମୁଖ୍ୟାଳୟରେ ପଶି ଗୁଳି ଚଳାଇଥିଲେ। ସେ ପ୍ରଥମେ ତାଙ୍କ ପୁରୁଷ ବନ୍ଧୁଙ୍କୁ ଗୁଳି ମାରିଥିଲେ। ଏଥିସହ ନସୀମା ନିଜକୁ ମଧ୍ୟ ଗୁଳି ଚଳାଇଥିଲେ। ଫଳରେ ସେଠାରେ ତାଙ୍କ ମୃତ୍ୟୁ ଘଟିଥିଲା। ସେହି ସମୟରେ କାର୍ଯ୍ୟାଳୟରେ ୧୭୦୦ କର୍ମଚାରୀ ଉପସ୍ଥିତ ଥିଲେ। ଗୁଳିକାଣ୍ଡରେ ୪ଜଣ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ସୁରକ୍ଷା କର୍ମୀ ପହଞ୍ଚି ଚାରିପଟୁ ଘେରିଯାଇ ସମସ୍ତ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ବାହାରକୁ ଆଣିଥିଲେ। ପୁଲିସ ଘଟଣାର ଅନୁସନ୍ଧାନ ଚଳାଇଛି।

Leave A Reply