mission shakti banner

ହୃଦ୍‍ଘାତରେ ସାମ୍ବାଦିକଙ୍କ ମୃତ୍ୟୁ

BSKY banner  750×100
0

ସମ୍ବଲପୁର: ହୃଦ୍‍ଘାତରେ ବରିଷ୍ଠ ସାମ୍ବାଦିକ ରତନ ପାଣିଙ୍କ ଗତ କାଲି ରାତି ୨ଟା ୩୦ରେ ହୃଦ୍‍ଘାତରେ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ହୋଇଥିଲା। ‘ଦି ନ୍ୟୁ ଇଣ୍ଡିଆନ୍‍ ଏକ୍ସପ୍ରେସ୍‍’ର ସେ ସମ୍ବଲପୁର ବ୍ୟୁରୋ ଚିଫ୍‍ ଭାବେ କାମ କରୁଥିଲେ। ପରିବାର ଲୋକଙ୍କ ସୂଚନା ଅନୁଯାୟୀ ରାତି ୨ଟା ୧୦ରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ବୁର୍ଲା ବଡ଼ ମେଡିକାଲ୍‍କୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ରତନ ପୂର୍ବରୁ ତାଙ୍କର ଚକ୍ଷୁ ଦାନ କରିଥିବା ବେଳେ ମୃତ୍ୟୁ ପରେ ପୁରା ଶରୀରକୁ ଭିମ୍‍ସାରକୁ ଦାନ କରିବା ପାଇଁ ସତ୍ୟପାଠ କରିଥିଲେ। ତେଣୁ ତାଙ୍କ ମୃତ ଶରୀରକୁ ଭିମ୍‍ସାରକୁ ଦାନ କରାଯିବ।

Leave A Reply