www.samajalive.in
Monday, December 15, 2025
14.1 C
Bhubaneswar

ସିବିଏସ୍‌ଇ ପ୍ରଶ୍ନପତ୍ର ଲିକ୍‌ ମାମଲାକୁ ନେଇ ବଢୁଛି ଅସନ୍ତୋଷ

ନୂଆଦିଲ୍ଲୀ: ସିବିଏସଇ ୧୦ମ ଶ୍ରେଣୀ ଗଣିତ ପ୍ରଶ୍ନପତ୍ର ଲିକ୍‌ ଘଟଣା ବିଭାଗର ଚରମ ଅବହେଳା ବେଲି ଏହି ମାମଲାରେ ଅଭିଯୋଗ କରିଛି କଂଗ୍ରେସ। ଏହି ପ୍ରଶ୍ନପିତ୍ର ସିବିଏସଇ ମୁଖ୍ୟଙ୍କ ହ୍ୱାଟ୍ସଆପ୍‌ରେ ପରୀକ୍ଷା ପୂର୍ବରୁ ପହଞ୍ଚି ଯାଇଥିଲେ ମଧ୍ୟ ସେ ଏହି ପରୀକ୍ଷାକୁ କେଉଁ ଉଦ୍ଦେଶ୍ୟରେ ବନ୍ଦ କରି ନଥିଲେ ଏହାକୁ ନେଇ କଂଗ୍ରେସ ପ୍ରଶ୍ନ ଉତ୍ଥାପନ କରିଛି। ଯେତେବେଳେ ଲିକ୍‌ ହେଲା ସେତେବେଳେ ପରୀକ୍ଷା ବନ୍ଦ ନକରି ଏବେ ପ୍ରଶ୍ନପତ୍ର ଲିକର ଦ୍ୱାହି ଦେବା ପ୍ରଚ୍ଛଦରେ କ’ଣ ରହିଛି ଉଦ୍ଦେଶ୍ୟ ବୋଲି କଂଗ୍ରେସ ଦାବୀ କରିବା ସହ ବିଭାଗୀୟ ମୁଖ୍ୟଙ୍କୁ ବରଖାସ୍ତ କରିବାକୁ ଦାବୀ କରିଛି।
ସୁତ୍ରରୁ ମିଳିଥିବା ଖବର ଅନୁଯାୟୀ କେବଳ ୧୦ ଶ୍ରେଣୀ ପ୍ରଶ୍ନପତ୍ର କାହିଁକି ଯୁକ୍ତ ୨ ଆକାଉଣ୍ଟ ପେପର ମଧ୍ୟ ସିବିଏସଇ ମୁଖ୍ୟଙ୍କ ହ୍ୱାଟ୍ସଆପରେ ଆସିଥିଲା। ତେବେ ସିବିଏସଇ ଏହାକୁ ଆସ୍ୱୀକାର କରି ଦେଇଥିଲେ।
କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ପ୍ରକାଶ ଜାବଡ଼େକର ପରୀକ୍ଷା ତାରିଖ ଖୁବ୍‌ ଶୀଘ୍ର କରିବାର ପ୍ରତିଶ୍ରୁତି ଦେଇଛନ୍ତି। ସିବିଏସଇ ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ସମ୍ପୃକ୍ତଙ୍କୁ ମଧ୍ୟ ଖୁବ୍‌ ଶୀଘ୍ର ଠାବ କରିବାକୁ ମଧ୍ୟ ଶ୍ରୀ ଜାବଡ଼େକର ଆଶ୍ୱାସନା ଦେଇଛନ୍ତି। ସେହିପରି ଦଶମ ଓ ଯୁକ୍ତ ୨ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ମାମଲାର ତଦନ୍ତ କରିବାକୁ ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ଟିମ୍‌ (ଏସଆଇଟି) ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories