ଭୁବନେଶ୍ୱର: ଓଡ଼ିଶା କନ୍କ୍ଲେଭ୍ରୁ କନ୍ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରି ଓହରିଯିବା ପ୍ରସଙ୍ଗରେ ରାଜନୀତି ପୁଣି ଜୋର ଧରିଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ପ୍ରତାପ ଦେବ ସିଆଇଆଇ ଇଷ୍ଟର୍ଣ୍ଣ ରିଜିଅନ୍ ଅଧ୍ୟକ୍ଷା ଜାଗି ମଙ୍ଗତ ପଣ୍ଡାଙ୍କୁ ସନ୍ଦେହ ଘେରକୁ ଟାଣିଛନ୍ତି।
ଶ୍ରୀ ଦେବ ପ୍ରଶ୍ନ କହିଛନ୍ତି ଯେ ପୂର୍ବରୁ ଅନୁଷ୍ଠିତ ତିନିଟି କନ୍କ୍ଲେଭ୍ରେ ସିଆଇଆଇ ଭାଗ ନେଇଥିଲା। ନଭେମ୍ବର ମାସରେ ହେବାକୁ ଥିବା କନ୍କ୍ଲେଭ୍ ପାଇଁ ମଧ୍ୟ ସମ୍ମତି ଦେଇଥିଲା। ଏଥିପାଇଁ ସିଆଇଆଇ ପକ୍ଷରୁ ଜାନୁଆରୀରେ ବଜେଟ୍ ପ୍ରସ୍ତୁତ ହୋଇଥିଲା ଓ ଫେବୃଆରୀରେ କୋର୍ଡିନେଟର ନିଯୁକ୍ତ କରାଯାଇଥିଲା। ମାତ୍ର ୪ ତାରିଖରେ ସେଥିରୁ ହଠାତ୍ ଓହରିଯିବା ସମ୍ପର୍କରେ ସିଆଇଆଇ ଚିଠି ଲେଖିଛି। ଯଦି କୌଣସି କାର୍ଯ୍ୟକ୍ରମ ଥିଲା ତେବେ ସେ ସମ୍ପର୍କରେ ଆଲୋଚନା ବେଳେ ସିଆଇଆଇ କର୍ତ୍ତୃପକ୍ଷ କାହିଁକି ସ୍ପଷ୍ଟ କଲେ ନାହିଁ ବୋଲି ପ୍ରଶ୍ନ କରିବା ସହିତ ଏହା ପଛରେ କିଛି ଷଡ଼ଯନ୍ତ୍ର ଥିବା ସନ୍ଦେହ ହେଉଛି। ଜାଗି ମଙ୍ଗତ ପଣ୍ଡାଙ୍କ ଚାପରେ ସିଆଇଆଇ କନ୍କ୍ଲେଭ୍ରୁ ଓହରି ଯାଇଥାଇପାରେ। ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ରାଜ୍ୟର ସ୍ୱାର୍ଥକୁ ବଳି ଦିଆଯାଇପାରିବ ନାହିଁ ଏବଂ ସିଆଇଆଇ ଓହରିଗଲେ ମଧ୍ୟ କନ୍କ୍ଲେଭ୍ ହେବ ବୋଲି ଶ୍ରୀ ଦେବ କହିଛନ୍ତି। ଅପରପକ୍ଷରେ ବିଜେଡିର ଆରୋପର ପ୍ରତିକ୍ରିୟାରେ ଜାଗି ମଙ୍ଗତ ପଣ୍ଡା କହିଛନ୍ତି ଯେ ତାଙ୍କୁ ବିଜେଡି ଅଯଥା ରାଜନୀତି ଭିତରକୁ ଟାଣନ୍ତୁ ନାହିଁ। ସେ ବିଗତ ୨୫ ବର୍ଷ ଧରି ଓଡ଼ିଶାର ରାଜନୀତି ସହିତ ଜଡ଼ିତ ଅଛନ୍ତି ଓ ଓଡ଼ିଶା କନ୍କ୍ଲେଭ୍ର ସଫଳତା ପାଇଁ ସହଯୋଗ କରିବାକୁ ପ୍ରସ୍ତୁତ ଅଛନ୍ତି।
ସିଆଇଆଇ ଓହରିଯିବା ପଛରେ ଷଡ଼ଯନ୍ତ୍ର: ବିଜେଡି
Popular Categories



