ସାଲେପୁରରେ ସଙ୍କୁଳସ୍ତରିୟ ଶିକ୍ଷାପରିଷଦ କର୍ମଶାଳା
ନେମାଳ : ନେମାଳ ଥାନା ଅନ୍ତର୍ଗତ ସାନ୍ତପୁର ସ୍ଥିତ ସରସ୍ୱତୀ ଶିଶୁମନ୍ଦିର ଆନୁକୂଲ୍ୟରେ ସାଲେପୁର ସଂକୁଳସ୍ତରୀୟ ଶିକ୍ଷାପରିଷଦ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ପରିଚାଳନା କମିଟି ସଭାପତି ଭୈରବ ଚନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ମହାପୁରୁଷ ଅଚ୍ୟୁତାନନ୍ଦ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡଃ ଦିଲିପ କୁମାର ଦେ ଯୋଗଦେଇଥିଲେ। ଶିଶୁର ଉନ୍ନତି ଓ ତାର ବୈଦ୍ଧିକ ବିକାଶ ପାଇଁ ମା’ର ଭୂମିକା ଗୁରୁତ୍ୱପୂର୍ଣ୍ଣ। ମାଆ ଏକାଧାରରେ ଶିଶୁର ଗୁରୁ ଓ ଚିକିତ୍ସକ ଭୂମିକା ଗ୍ରହଣ କରିଥାଏ। ଜଣେ ଆଦର୍ଶ ସଂସ୍କାରୀ ମାଆକୁ ଅନୁସରଣ କରି ପିଲାମାନେ ଆଦର୍ଶ ସଂସ୍କାରୀ ହୁଅନ୍ତି ବୋଲି ସେ ବକ୍ତବ୍ୟ ପ୍ରଦାନ କରିଥିଲେ। ମୁଖ୍ୟ ବକ୍ତା ଭାବେ ସାଲେପୁରସଙ୍କୁଳ ପ୍ରମୁଖ ସଞ୍ଜୟ କୁମାର ଦଳାଇ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସଙ୍କୁଳ ସଂଯୋଜକ ଶଙ୍କରର୍ଷଣ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ସାହିତ୍ୟ, ଗଣିତ, ଇଂରାଜୀ, ଇତିହାସ, ଭୂଗୋଳ ବିଷୟ ସମ୍ବନ୍ଧରେ ବିଷେସ ଭାବେ ଆଲୋଚନା କରିଥିଲେ। ଉକ୍ତ କର୍ମଶାଳାରେ ପ୍ରଧାନ ଆଚାର୍ଯ୍ୟ ଦେବେନ୍ଦ୍ର କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପରିଚାଳନା କମିଟିର ଉପସଭାପତି ବୈକୁଣ୍ଠ ନାଥ ବରାଳ, ଯୁଗ୍ମସଂପାଦକ ରୋହିତ କୁମାର ମହାନ୍ତି, କୋଷାଧ୍ୟକ୍ଷ ପ୍ରଭାତ କୁମାର ବେହେରା, ସାନୁମୋନା ଦଳାଇ, ଉର୍ମିଳା ମୁଦୁଲିଙ୍କ ସମେତ ବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ମାନେ ସହେଯାଗ କରିଥିଲେ।ଶେଷରେ ପରିଚାଳନା କମିଟିର ସଂମ୍ପାଦକ ଅମୂଲ୍ୟ କୁମାର ମହାନ୍ତି ଧନ୍ୟବାଦ୍ ଅର୍ପଣ କରିଥିଲେ।