www.samajalive.in
Sunday, December 14, 2025
17.1 C
Bhubaneswar

ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ, କିରାଣିଙ୍କ ଘରେ ଚଢ଼ଉ

ଭୁବନେଶ୍ୱର: ଭିଜିଲାନ୍ସ ବିଭାଗ ପକ୍ଷରୁ ସୋମବାର ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୩ ଜଣ ସରକାରୀ କର୍ମଚାରୀଙ୍କ ବାସଭବନ ଓ ସରକାରୀ କାର୍ୟ୍ୟାଳୟରେ ଚଢ଼ଉ କରାଯାଇଥିଲା। ୩ କର୍ମଚାରୀଙ୍କ ମଧ୍ୟରେ କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ସହକାରୀ ଯନ୍ତ୍ରୀ ବାସୁଦେବ ମହାରଣା, ନର୍ଲା ଓ ଏମ ରାମପୁର ମୃର୍ତ୍ତିକା ସରକ୍ଷଣ ବିଭାଗର କନିଷ୍ଠ ଯନ୍ତ୍ରୀ ପିତବାସ ମହାକୁଡ ଓ ବାରିପଦା ଏମ୍‌ପିସି କଲେଜର ବରିଷ୍ଠ କିରାଣି ପ୍ରଭାକର ପରିଡ଼ା ଅଛନ୍ତି। ଏହି ୩ ସରକାରୀ କର୍ମଚାରୀଙ୍କ ଘରୁ ଭିଜିଲାନ୍ସ ବିଭାଗ ପକ୍ଷରୁ ୪,୧୭,୪୦, ୧୯୭ ଟଙ୍କାର ସମ୍ପତ୍ତି ଠାବ କରାଯାଇଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
କେସିଙ୍ଗା ସହକାରୀ ଯନ୍ତ୍ରୀ ଶ୍ରୀ ମହାରଣାଙ୍କ ବାସଭବନ ଓ ସରକାରୀ କାର୍ୟ୍ୟାଳୟକୁ ମିଶାଇ କୋରାପୁଟ ଭିଜିଲାନ୍ସ ବିଭାଗ ପକ୍ଷରୁ ୬ଟି ସ୍ଥାନରେ ଚଢ଼ଉ କରାଯାଇଥିଲା। ଶ୍ରୀ ମହାରଣାଙ୍କର ଠାବ ହୋଇଥିବା ମୋଟ ସ୍ଥାବର ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧,୬୨,୧୫,୬୬୨ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ସେହିପରି ମୂର୍ତ୍ତିକା ସଂରକ୍ଷଣ ବିଭାଗର କନଷ୍ଠଯନ୍ତ୍ରୀ ଶ୍ରୀ ମହାକୁଡଙ୍କ ସରକାରୀ କାର୍ୟ୍ୟାଳୟ ଓ ବାସଭବନକୁ ମିଶାଇ ଭିଜିଲାନ୍ସ ବିଭାଗର କୋରାପୁଟ ଶାଖା ପକ୍ଷରୁ ୫ଟି ସ୍ଥାନରେ ଚଢ଼ଉ କରାଯାଇଥିଲା। ଶ୍ରୀ ମହାକୁଡଙ୍କର ଠାବ ହୋଇଥିବା ମୋଟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧,୩୮,୨୭,୩୩୮ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ବାଲେଶ୍ୱର ଭିଜିଲାନ୍ସ ବିଭାଗ ପକ୍ଷରୁ ବାରିପଦା ଏମ୍‌ପିସି କଲେଜର ବରିଷ୍ଠ କିରାଣି ପ୍ରଭାକର ପରିଡାଙ୍କ ବାସଭବନ ଓ କଲେଜ କାର୍ୟ୍ୟାଳୟକୁ ମିଶାଇ ୫ଟି ସ୍ଥାନରେ ଚଢ଼ଉ କରାଯାଇଥିଲା। ଶ୍ରୀ ପରିଡାଙ୍କର ଠାବ କରାଯାଇଥିବା ମୋଟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧,୧୬,୯୭,୧୯୭ ଟଙ୍କା ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ ଆକଳନ କରାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories