ସମ୍ଭଲ ହିଂସା: ସମାଜବାଦୀ ପାର୍ଟି ସାଂସଦ ଓ ବିଧାୟକଙ୍କ ପୁଅ ନାଁରେ ଏତଲା

ସମାଜ ଡିଜିଟାଲ ଡେସ୍କ: ଉତ୍ତରପ୍ରଦେଶରେ ସମ୍ଭଲ ଅଞ୍ଚଳରେ ମସଜିଦ ସର୍ବେକ୍ଷଣ ସମୟରେ ଘଟିଥିବା ହିଂସା ଘଟଣାରେ ସମାଜବାଦୀ ପାର୍ଟି ସାଂସଦ ଜିଆଉର ରହମନ ଏବଂ ସ୍ଥାନୀୟ ବିଧାୟକ ଇକବାଲ ମହମ୍ମୁଦଙ୍କ ପୁଅ ସୋହେଲ ଇକବାଲ ନାଁରେ ଏତଲା ରୁଜୁ ହୋଇଛି। ଗତ ରବିବାର ସମ୍ଭଲର ମୁଗଲ-ଏରା ମସଜିଦ ଏବଂ ଶାହି ଜାମା ମସଜିଦର ସର୍ଭେ ଚାଲିଥିଲାବେଳେ ଏହି ହିଂସା ଘଟିଥିଲା। ଏଥିରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା। ହିଂସାକୁ ଉସୁକାଇବା ଅଭିଯୋଗରେ ସାଂସଦ ଜିଆଉର ଏବଂ ବିଧାୟକ ଇକବାଲଙ୍କ ପୁଅ ସୋହେଲ ନାଁରେ ଏତଲା ରୁଜୁ ହୋଇଛି।

ଅନ୍ୟପଟେ ସମ୍ଭଲ ଅଞ୍ଚଳରେ ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ଲାଗୁ କରିଛି ଜିଲା ପ୍ରଶାସନ। ନଭେମ୍ବର ୩୦ ପର୍ଯ୍ୟନ୍ତ ବାହାର ଲୋକ ଏହି ଅଞ୍ଚଳରେ ପ୍ରବେଶ କରିପାରିବେ ନାହିଁ। ସମ୍ଭଲ ତହସିଲ ଅଞ୍ଚଳରେ ଇଣ୍ଟରନେଟ ସେବାକୁ ମଧ୍ୟ ବନ୍ଦ କରି ଦିଆଯାଇଛି। ସୂଚନାଯୋଗ୍ୟ, ସମ୍ଭଲରେ ମସଜିଦ ସର୍ବେକ୍ଷଣ ଚାଲିଥିବାବେଳେ ସଂଖ୍ୟାଲଘୁ ସମ୍ପ୍ରଦାୟ ପକ୍ଷରୁ ଢେଲା ପଥର ମାଡ଼ କରାଯାଇଥିଲା। ଏହି ସମୟରେ ପୁଲିସ ଏବଂ ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷ ଘଟିବା ସହିତ ୪ ଜଣଙ୍କର ମୃତ୍ୟୁ ଘଟିଥିଲା।

Comments are closed.