କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲା ମୁଖ୍ୟ ରାସ୍ତା କୁର୍ଲି-ସଲଣ୍ଡିରେ ବୁଧବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ବେଲପଡା କଣ୍ଟାବାଞ୍ଜିରୁ ଆସୁଥିବା ଏକ ଗାଡିକୁ ବିପରୀତ ଦିଗରୁ ଆସୁଥିବା ଏକ ଅଜଣା ଟ୍ରାକ୍ଟର ଧକ୍କା ଦେଇଥିଲା। ଫଳରେ ଗାଡ଼ିଚାଳକ କିଛି ଅଂଶ ଦୂରକୁ ଛିଟକି ପଡିଥିଲେ। ଗାଡି ଚାଳକ କଣ୍ଟାବାଞ୍ଜିର ଅମିତ ବୋଲି ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ଘଟଣା ସ୍ଥଳରୁ ଅମିତଙ୍କୁ ପୁଲିସ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ପରେ ଡାକ୍ତର ଅମିତକୁ ମୃତ ଘୋଷଣା କରିଥିଲେ। ଟ୍ରାକ୍ଟର ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଚଲାଇଥିବା ଜଣାପଡିଛି।
Popular Categories



