www.samajalive.in
Sunday, December 14, 2025
23.1 C
Bhubaneswar

ସରକାରଙ୍କୁ ଡବଲ୍‌ ଝଟକା: ପାଇକାରୀ ମୁଦ୍ରାସ୍ଫୀତି ୩ବର୍ଷର ସର୍ବୋଚ୍ଚ ସ୍ତରରେ, ଔଦ୍ୟୋଗିକ ଉତ୍ପାଦନରେ ହ୍ରାସ

ମୁମ୍ବଇ: ଦେଶର ଅର୍ଥନୀତିରେ ମାନ୍ଦାବସ୍ଥା ଦେଖାଦେଇଥିବାବେଳେ ସରକାରଙ୍କୁ ଆଉ ଏକ ଝଟ୍‌କା ଲାଗିଛି। ଗୋଟିଏ ପଟେ ମୁଦ୍ରାସ୍ଫୀତି ବଢ଼ିଥିବାବେଳେ ଅନ୍ୟପଟେ ଔଦ୍ୟୋଗିକ ଉତ୍ପାଦନ ହ୍ରାସ ପାଇଛି। ଖାଦ୍ୟପଦାର୍ଥ ସାମଗ୍ରୀ ମୂଲ୍ୟ ବୃଦ୍ଧି ଯୋଗୁ ଗତ ନଭେମ୍ବରରେ ପାଇକାରୀ ମୁଦ୍ରାସ୍ଫୀତି ବୃଦ୍ଧି ପାଇ ୫.୫୪%ରେ ପହଞ୍ଚିଛି, ଯାହା ବିଗତ ୩ବର୍ଷର ସର୍ବୋଚ୍ଚ ସ୍ତର। ଉପଭୋକ୍ତା ମୂଲ୍ୟ ସୂଚକାଙ୍କ ଉପରେ ଆଧାରିତ ମୁଦ୍ରାସ୍ଫୀତି ୨୦୧୮ରେ ୨.୩୩% ଥିବାବେଳେ ଚଳିତ ଅକ୍ଟୋବରରେ ୪.୬୨%ରେ ପହଞ୍ଚିଥିଲା।

କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ(ଏନଏସଓ) ତରଫରୁ ଜାରି ହୋଇଥିବା ତଥ୍ୟ ଅନୁସାରେ, ଖାଦ୍ୟ ମୁଦ୍ରାସ୍ଫୀତି ବୃଦ୍ଧି ପାଇ ୧୦.୦୧%ରେ ପହଞ୍ଚିଛି। ଗତ ଅକ୍ଟୋବରରେ ଏହା ୭.୮୯% ଥିଲା। ଗତବର୍ଷ ଏହି ସମୟରେ ଏହି ହାର ୨.୬୧% ରହିଥିଲା। ଏହା ପୂର୍ବରୁ ୨୦୧୬ ଜୁଲାଇରେ ପାଇକାରୀ ମୁଦ୍ରାସ୍ଫୀତି ୬.୦୭% ଥିଲା। ଅନ୍ୟପଟେ ସରକାରୀ ତଥ୍ୟ ଅନୁସାରେ, ଗତ ଅକ୍ଟୋବରରେ ଔଦ୍ୟୋଗିକ ଉତ୍ପାଦନ ୨.୧% ହ୍ରାସ ପାଇଛି। ଗତବର୍ଷ ଏହି ସମୟରେ ଔଦ୍ୟୋଗିକ ଉତ୍ପାଦନ ୮.୪% ବୃଦ୍ଧି ପାଇଥିଲା। ମାନୁଫାକ୍ଚରିଂ କ୍ଷେତ୍ରରେ ଅକ୍ଟୋବରରେ ୨.୧ ପ୍ରତିଶତ ଉତ୍ପାଦନ ହ୍ରାସ ଘଟିଥିବାବେଳେ ଗତବର୍ଷ ଏହି ସମୟ ମଧ୍ୟରେ ୮.୨% ବୃଦ୍ଧି ପାଇଥିଲା। ବିଦ୍ୟୁତ ଉତ୍ପାଦନରେ ୨୦୧୯ ଅକ୍ଟୋବରରେ ୧୨.୨% ହ୍ରାସ ଦେଖାଦେଇଥିଲାବେଳେ ଗତବର୍ଷ ଏଥିରେ ୧୦.୮% ବୃଦ୍ଧି ହୋଇଥିଲା।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories