ଶ୍ରାବଣର ଦ୍ୱିତୀୟ ସୋମବାରରେ ଗ୍ରାମେଶ୍ୱରଙ୍କ ପୀଠରେ ଜଳାଭିଷେକ ପାଇଁ କାଉଡିଆଙ୍କ ଭିଡ

ଏରସମା : ଜଗତସିଂହପୁର ଜିଲା ଏରସମା ବ୍ଲକର ପ୍ରସିଦ୍ଧ ଶୈବ ପୀଠ ପଂଚପଲ୍ଲୀର ଶ୍ରୀଶ୍ରୀ ଗ୍ରାମେଶ୍ୱର ମହାଦେବ ମନ୍ଦିରରେ ଶ୍ରାବଣ ମାସର ଦ୍ୱିତୀୟ ସୋମବାର କାଉଡିଆମାନଙ୍କ ଜଳାଭିଷେକ ପାଇଁ ଏହି ପରିସର ଭକ୍ତିମୟ ପରିବେଶରେ ଉତ୍ସବ ମୁଖରିତ ହୋଇପଡିଥିଲା । ପଂଚପଲ୍ଲୀର ଗ୍ରାମେଶ୍ୱର ମନ୍ଦିରରେ ଜଗତସିଂହପୁର ଜିଲ୍ଲା ଓ କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ , ମହାକାଳପଡା, ନାଉଗାଁ, ଜଗତସିଂହପୁର, କାକଟପୁର, ଅସ୍ତରଙ୍ଗ, କଟକ, ନିଆଳି, ସାଲେପୁର ଅଂଚଳରୁ ହଜାର ହଜାର କାଉଡିଆ ଭକ୍ତଙ୍କର ବର୍ଷାରେ ଭିଜିଭିଜି ଏହି ମନ୍ଦିରକୁ ସୂଅ ଛୁଟିଅଛି । ସବୁ ବର୍ଗର ଜନ ସାଧାରଣ ନିଜ ନିଜର ଅଭିଷ୍ଠ ମାନସିକ ପୂରଣ ପାଇଁ ଦେବଦେବ ମହାଦେବଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ସ୍ଥାନରୁ ଜଳ ଘଟରେ ପାଣି ଆଣି ୪୫୦୦ରୁ ଉର୍ଦ୍ଧ କାଉଡିଆ ଏରସମାର ଏହି ପ୍ରସିଦ୍ଧ ଶୈବପୀଠ ଗ୍ରାମେଶ୍ୱର ମନ୍ଦିରରେ ଜଳାଭିଷେକ କରୁଥିବାର ଏକ ମନୋରମ ଦୃଶ୍ୟ ସମଗ୍ର ଅଞ୍ଚଳରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି କରିଛି । ବୋଲବମ୍ ଓ ହରହର ବମ୍ ଓ ବିଭିନ୍ନ ଆକର୍ଷଣୀୟ ସାଜ୍ଜସଜା ସହିତ ଡାକବାଜି ଯନ୍ତ୍ର ମାଧ୍ୟମରେ ଶିବ ମହିମା ଗାନ ସମଗ୍ର ଅଞ୍ଚଳକୁ ଶିବ ମୟ କରିଦେଇଛି । ପଂଚପଲ୍ଲୀ ଗ୍ରାମେଶ୍ୱର ମନ୍ଦିର କମିଟି ତରଫରୁ ବିପୁଳ ଜନ ସମାଗମକୁ ଦେଖି ଶାନ୍ତି ଶୃଙ୍ଖଳା, ପାନୀୟ ଜଳ ଓ ଯାତାୟତ ପ୍ରଭୁତି ଦିଗରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଜଣାଯାଇଛି । ଏହି କାର୍ୟ୍ୟକ୍ରମକୁ ସୁଶୃଙ୍ଖଳିତ କରିବା ପାଇଁ ମନ୍ଦିର ପରିଚାଳନା କମିଟି ଓ ଗ୍ରାମେଶ୍ୱର ବୋଲବମ୍ ସେବା ସଂଘ ପଂଚପଲ୍ଲୀ ତରଫରୁ ସମସ୍ତ ଭକ୍ତମାନଙ୍କୁ ସହଯୋଗ କରାଯାଇଛି । ଗ୍ରାମେଶ୍ୱର ବୋଲବମ୍ ସେବା ସଙ୍ଘ ତରଫରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କାଉଡିଆମାନଙ୍କୁ ମାଗଣା ପ୍ରସାଦ ସେବନ କରାଯାଇଥିଲା । ଏରସମା ଥାନା ପକ୍ଷରୁ ବ୍ୟାପକ ପୁଲିସ ମୁତୟନ କରାଯାଇ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା ।

kalyan agarbati

Comments are closed.