ଶିକ୍ଷକ ଅଧ୍ୟାପକ ମିଳିତ ମଞ୍ଚର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର : ସରକାରଙ୍କ ସହିତ ଆଲୋଚନା ପରେ ଶିକ୍ଷକ ଅଧ୍ୟାପକ ମିଳିତ ମଞ୍ଚ ଆନ୍ଦୋଳନକୁ ସ୍ଥଗିତ ରଖିବା ସହିତ ଆସନ୍ତା କାଲିର ମହାସମାବେଶରୁ ଓହରି ଯାଇଛି । ସରକାର ସଂଘର ୭ଟି ଦାବୀ ମଧ୍ୟରୁ ୬ଟି ଦାବି ପୂରଣ ନେଇ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ସଂଘ ପକ୍ଷରୁ କୁହାଯାଇଛି।
ରବିବାର ସଂଘର ନେତାମାନଙ୍କ ସହିତ ଗଣଶିକ୍ଷା ମନ୍ତ୍ରୀ, ଉଚ୍ଚ ଶିକ୍ଷାମନ୍ତ୍ରୀ ଦୁଇ ବିଭାଗର ସଚିବ ଆଲୋଚନା କରିଥିଲେ। ଆଲୋଚନା ବେଶ ସୌହାର୍ଦ୍ଦ୍ୟପୂର୍ଣ୍ଣ ଥିଲା ବୋଲି ଶିକ୍ଷକ ସଂଘର ନେତାମାନେ କହିଛନ୍ତି। ତେଣୁ ଆସନ୍ତା ୯ ତାରିଖ ପର୍ୟ୍ୟନ୍ତ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି। ଶିକ୍ଷକ ଓ ଅଧ୍ୟାପକମାନେ ଉଭୟ ମାଟ୍ରିକ ଏବଂ ଯୁକ୍ତ ଦୁଇ ପରୀକ୍ଷା ପରିଚାଳନାରେ ସହଯୋଗ କରିବେ ବୋଲି କହିଛନ୍ତି।