ଶନିବାର
ମେଷ: ଲାଗି ରହିଥିବା ବିବାଦର ଅବସାନ ଘଟିବ। ଶତ୍ରୁ ବିନାଶ କରି ମନରେ ଥିବା ଭୟ ଓ ଆଶଙ୍କା ଦୂର କରିପାରନ୍ତି। ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରଶଂସା ମିଳିବ।
ବୃଷ: ଖର୍ଚ୍ଚାନ୍ତ ହୋଇପାରନ୍ତି; ମାତ୍ର ଆକସ୍ମିକ ଧନଲାଭ ହେବ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ତନ୍ତ୍ର-ମନ୍ତ୍ରାଦି ଗୁପ୍ତବିଦ୍ୟା ପ୍ରତି ଆଗ୍ରହୀ େବେ। ବ୍ୟବସାୟରୁ ପ୍ରଚୁର ଲାଭ ପାଇବେ। ଧାର୍ମିକ ଓ ତେଜସ୍ୱୀ ହେବେ।
ମିଥୁନ: ମନ ପ୍ରଫୁଲ୍ଲିତ ହେବ। ଉଦାର ପ୍ରକୃତିର ହୋଇପାରନ୍ତି। ଦାନ ଧର୍ମରେ ଦୀକ୍ଷିତ ହେବେ। ଶୋଭନ ବ୍ୟକ୍ତିତ୍ୱର ଅଧିକାରୀ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। କୃଷି କର୍ମକାରୀ ଓ ଜଳପ୍ରତି ଆଦରପ୍ରେମୀ ହେବେ।
କର୍କଟ: ଭ୍ରାତୃ ବିବାଦର ସମାଧାନ ହେବ। ଯଶସ୍ୱୀ ହେବେ। ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ୱଭାବର ହେବେ। ସରଳ ବାକ୍ୟ ବିନିମୟରେ ଜନ ସାଧାରଣଙ୍କ ଆଦରଣୀୟ ହେବେ। ପ୍ରେମୀ ଓ ସାହସୀ ହୋଇପାରନ୍ତି।
ସିଂହ: ବ୍ୟବସାୟ ଲାଭଜନକ ହେବ। ପରମ ଭାଗ୍ୟଶାଳୀ ହୋଇପାରନ୍ତି। ମଧୁରଭାଷୀ, ପରଦେଶବାସୀ, ସହନଶୀଳ, ଶାନ୍ତପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ। ସ୍ତ୍ରୀ ବିଳାସୀ ଓ ମିତ୍ର ସୁଖ ଲାଭ କରିବେ। ଧନାଗମ ହେବ।
କନ୍ୟା: ଦୂରଯାତ୍ରା କରିବାର ସୁଯୋଗ ମିଳିପାରେ। ଗୃହ ଜଞ୍ଜାଳ ଲାଗି ରହିବ। ଉତ୍ତମ ଭୋଜନ ମିଳିବ। ମାଲିମୋକଦ୍ଦମାରେ ବିଜୟୀ ହେବା ସହ ଧନଲାଭ କରିପାରନ୍ତି। ଐଶ୍ୱର୍ଯ୍ୟଯୁକ୍ତ ଓ ଧନୀ ହେବେ। ଚିନ୍ତାଧାରା ମହତ୍ ହେବ।
ତୁଳା: ବ୍ୟୟର ପରିମାଣ ଅତ୍ୟଧିକ ହେବ। ଥଣ୍ଡା କଫରେ ପୀଡ଼ିତ ହୋଇପାରନ୍ତି। ଚଞ୍ଚଳ ସ୍ୱଭାବର ହେବେ। ପରଦେଶରେ ଜୀବନ ବିତାଇ ପାରନ୍ତି। ଏକାନ୍ତ ପ୍ରିୟ ଓ ମଧୁରଭାଷୀ ହେବେ। ସବୁ ବାଧା ବିଘ୍ନ ସତ୍ତ୍ୱେ ରାଜଯୋଗ ମିିଳିପାରେ।
ବିଛା: ମୂଲ୍ୟବାନ ଦ୍ରବ୍ୟ କ୍ରୟ କରି ପାରନ୍ତି। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ଚଞ୍ଚଳ ପ୍ରକୃତିର ହେବେ। ବିଭାଗୀୟ ସ୍ତରରେ ସମ୍ମାନିତ ହେବା ସହିତ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। କରିତ୍କର୍ମା ହେବେ। ସନ୍ତାନ ଗୁଣୀ ହେବେ।
ଧନୁ: କାର୍ଯ୍ୟଧାରାର ପ୍ରବାହ ପାଇଁ ବାତାବରଣ ଅନୁକୂଳ ଅଛି। ଶୁଭ ସମାଚାର ପାଇ ଖୁସି ହେବେ। କୁଳଦୀପକ ହେବେ। ମନପ୍ରସନ୍ନ ରହିବ। ଦୟାଳୁ ସ୍ୱଭାବର ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହେବେ। ପାରିବାରିକ ସୁଖ ମିଳିବ।
ମକର: କାର୍ଯ୍ୟ ବ୍ୟସ୍ତ ରହିପାରନ୍ତି। ଭାଗ୍ୟଶାଳୀ ହେବେ। ଦାନ ଧର୍ମରେ ଦୀକ୍ଷିତ ହେବେ। ଦିନଟି ଭୋଗ ବିଳାସରେ ଅତିବାହିତ କରିପାରନ୍ତି। ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
କୁମ୍ଭ: ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ସ୍ୱାଭିମାନୀ ହେବେ। ସହଯୋଗୀ ବ୍ୟବସାୟରୁ ଲାଭ ମିଳିବ। ସତ୍ୟବାଦୀ ହେବେ। ପାଣ୍ଡିତ୍ୟର ପରିପ୍ରକାଶ ଘଟାଇବାରେ ସକ୍ଷମ ହେବେ। ଅଷ୍ଟମ ଚନ୍ଦ୍ରଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ।
ମୀନ: ସୁଖ ସନ୍ତୋଷ ଲାଭ କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ। ସମାଜ ସେବା ପ୍ରତି ମନ ବଳାଇ ପାରନ୍ତି। ମନରେ ଅହଂଭାବ ଜାତ ହୋଇପାରେ। ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ। ପନôୀଙ୍କ କଥାରେ ପରିଚାଳିତ ହେବେ। ବନ୍ଧୁ ସ୍ନେହୀ ହେବେ।