www.samajalive.in
Sunday, December 7, 2025
26.1 C
Bhubaneswar

ମୋଦୀଙ୍କୁ ଚୀନ ଗଣମାଧ୍ୟମର ପ୍ରଶଂସା; ପ୍ରଶ୍ନ ଉଠାଇଲେ ରାହୁଳ

ସୀମା ବିବାଦକୁ ନେଇ ଭାରତ-ଚୀନ ତିକ୍ତ ସମ୍ପର୍କ ମଧ୍ୟରେ କିଛି ଚୀନା ଗଣମାଧ୍ୟମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଛି । ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଳ ଗାନ୍ଧି ।

- Advertisement -

ନିଜ ଟ୍ବିଟରରେ ଏକ ପେପର କ୍ଲିପିଂକୁ ସଂଯୋଗ କରି ସେ କହିଛନ୍ତି ଯେ ଚୀନ ଆମର ସେନାଙ୍କୁ ହତ୍ୟା କରିଛି । ଆମ ମାଟି ଉପରେ କବଜା କରିଛି । ଏହା ସତ୍ତ୍ବେ ଚୀନର ଶତ୍ରୁତାପୂର୍ଣ୍ଣ ଆଚରଣ ସମୟରେ ଚୀନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କାହିଁକି ପ୍ରଶଂସା କରୁଛି ବୋଲି ପ୍ରଶ୍ନ କରିଛନ୍ତି ରାହୁଳ ।

ଭାରତ-ଚୀନ୍ ସମ୍ପର୍କ ଓ ଗଲୱାନ ଘାଟିରେ ଦୁଇ ସେନାଙ୍କ ମଧ୍ୟରେ ସଂଘର୍ଷ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ବଦଳୀୟ ବୈଠକ ଡ଼ାକିଥିଲେ । ଏହି ବୈଠକରେ ସେ ଯେଉଁ ବାର୍ତା ଦେଇଥିଲେ ତାହାକୁ ଚୀନ ଗଣମାଧ୍ୟମ ପ୍ରଶଂସା କରିଛି । ପ୍ରଧାନମନ୍ତ୍ରୀ ଚୀନ-ଭାରତ ସଂଘର୍ଷ ସମ୍ପର୍କରେ ସର୍ବଦଳୀୟ ବୈଠକ ଡ଼ାକିଥିଲେ । ସେଥିରେ ସେ କହିଥିଲେ ଯେ ନା କେହି ଆମ ଦେଶରେ ଅନୁପ୍ରବେଶ କରିଛି ନା କେହି ଆମର ସେନା ଚୌକି ଦଖଲ କରିଛି । ପ୍ରଧାନମନ୍ତ୍ରୀଙ୍କ ଏହି ବୟାନ ପରେ ଗଣମାଧ୍ୟମରେ ବିଭିନ୍ନ ଟିପ୍ପଣୀ ପ୍ରକାଶ ପାଇଥିଲା । ଯାହାକୁ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇ ତାଙ୍କ ବକ୍ତବ୍ୟକୁ କିଛି ଗଣମାଧ୍ୟମ ଭୂଲ ଭାବରେ ବ୍ୟାଖ୍ୟା କରିଛନ୍ତି ବୋଲି କୁହାଯାଇଥିଲା । ସୂଚନାଯୋଗ୍ୟ ​‌ଯେ ପ୍ରଧାନମନ୍ତ୍ରୀଙ୍କ ଏହି ବକ୍ତବ୍ୟ ପରେ ବିରୋଧୀ ନିୟମିତ ଭାବରେ ସରକାରଙ୍କୁ ସମାଲୋଚନା କରୁଛନ୍ତି ଓ ଭାରତ ସୀମାରେ ୨୦ ସେନାଙ୍କ ସହିଦ ହେବା ଉପରେ ପ୍ରଶ୍ନ ଉଠାଉଛନ୍ତି ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories