www.samajalive.in
Monday, December 15, 2025
17.1 C
Bhubaneswar

ମୁଶରଫଙ୍କୁ ସୁରକ୍ଷା ଦେବାକୁ ମନାକଲା ପାକିସ୍ତାନ

ଇସଲାମାବାଦ : ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶରଫଙ୍କୁ ସୁରକ୍ଷା ଦେବାକୁ ପାକିସ୍ତାନ ସରକାର ମନା କରିଛନ୍ତି। ମୁଶରଫ ଏବେ ଦୁବାଇରେ ରହୁଥିବାବେଳେ ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ଚାଲୁ ରହିଛି। ଏହି ଦେଶଦ୍ରୋହ ମାମଲାର ଶୁଣାଣି ଚାଲିଥିବାବେଳେ ତାଙ୍କୁ ଅଦାଲତରେ ହାଜର ହେବାକୁ ନିର୍ଦେଶ ଦେଇଛନ୍ତି। ଅଦାଲତଙ୍କ ନିର୍ଦେଶକ୍ରମେ ଶୁଣାଣି ପାଇଁ ହାଜର ହେବାକୁ ମୁଶରଫ ପାକିସ୍ତାନ ଫେରିବାକୁ ଯୋଜନା କରିଛନ୍ତି। ତେବେ ପାକିସ୍ତାନରେ ତାଙ୍କ ଜୀବନ ପ୍ରତି ବିପଦ ରହିଥିବା ଆଶଙ୍କା କରି ସରକାରଙ୍କ ଠାରୁ ସୁରକ୍ଷା ଲୋଡିଛନ୍ତି। ତେବେ ମୁଶରଫଙ୍କୁ ସୁରକ୍ଷା ଦେବା ଲାଗି ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ମନା କରିଦେଇଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ମୁଶରଫଙ୍କୁ ସୁରକ୍ଷା ଯୋଗାଇ ଦେବା ଆମର କାମ ନୁହେଁ। ମୁଶରଫଙ୍କ ଓକିଲ ଅଖତର ଶାହାଙ୍କ ନିକଟକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଚିଠି ଲେଖି ଏହି ବିଷୟ ଅବଗତ କରିଛି। ଦେଶଦ୍ରୋହ ମାମଲାକୁ ନେଇ ମାର୍ଚ୍ଚ ୧୬ରେ ସ୍ୱତନ୍ତ୍ର ଅଦାଲତ ମୁଶରଫଙ୍କ ପାସପୋର୍ଟକୁ ରଦ୍ଦ କରିଦେଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories