www.samajalive.in
Sunday, December 14, 2025
19.1 C
Bhubaneswar

ମାଲ୍ୟାଙ୍କ ପାଇଁ ବଦଳୁଛି ମୁମ୍ବଇ ଆର୍ଥର ରୋଡ୍‍ ଜେଲ୍‍

ମୁମ୍ବଇ: ପଳାତକ ଘୋଷିତ ବିଜୟ ମାଲ୍ୟାଙ୍କ ପାଇଁ ମୁମ୍ବଇର ଆର୍ଥର ରୋଡ୍‍ ଜେଲ୍‍କୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଉଛି। ଜେଲ୍‍ କୋଠାର କେତେକ ଅଂଶକୁ ଭଙ୍ଗାଯାଇ ପୁଣି ଥରେ ନୂଆ ଭାବେ ନିର୍ମାଣ କରାଯାଉଛି। ସେଠାରେ ଭିଡିଓ, ୱାଟର ଫାଉଣ୍ଟେନ୍‍, ଉନ୍ନତ ମାନର ଶୌଚାଳୟ ସହିତ ୟୁରୋପ ଜେଲ୍‍ଗୁଡ଼ିକରେ ଥିବା ଆନ୍ତର୍ଜାତିକ ମାନର ସମସ୍ତ ସୁବିଧା ସୁଯୋଗ ରହିବ।
ବିଦେଶରେ ଲୁଚିଥିବା ଅର୍ଥନୈତିକ ପଳାତକ ଘୋଷିତ କିଙ୍ଗଫିସର ମାଲିକ ବିଜୟ ମାଲ୍ୟାଙ୍କ ସମେତ ହୀରା ବ୍ୟବସାୟୀ ନିରବ ମୋଦି, ମେହୁଲ ଚୋକ୍ସିଙ୍କୁ ଭାରତ ଫେରାଇ ଆଣିବା ପାଇଁ ଭାରତ ସରକାର କୂଟନୈତିକ ସ୍ତରରେ ଉଦ୍ୟମ ଆରମ୍ଭ କରିଛନ୍ତି। ସେମାନଙ୍କୁ ଖୁବ୍‍ ଶୀଘ୍ର ଭାରତ ଅଣାଯାଇପାରେ ବୋଲି ଜଣାପଡ଼ିଛି। କିନ୍ତୁ କିଛି ଦିନ ପୂର୍ବରୁ ବିଜୟ ମାଲ୍ୟା ଭାରତୀୟ ଜେଲ୍‍ର ଅବସ୍ଥା ଆନ୍ତର୍ଜାତିକ ମାନର ନୁହେଁ ବୋଲି ଅଭିଯୋଗ କରିଥିଲେ। ଦେଶର ଏକମାତ୍ର ହାଇପ୍ରୋଫାଇଲ୍‍ ଜେଲ୍‍ ଭାବେ ପରିଚିତ ମୁମ୍ବଇର ଆର୍ଥର ରୋଡ୍‍ ଜେଲ୍‍ର ଏକ ଭିଡିଓ ଚିତ୍ର ଉପସ୍ଥାପନ କରି ମାଲ୍ୟା କହିଥିଲେ ଯେ ସେ ଭାରତ ଫେରିବାକୁ ପ୍ରସ୍ତୁତ ଅଛନ୍ତି। କିନ୍ତୁ ସେଠାକାର ଜେଲ୍‍ର ମାନ ଓ କଏଦୀଙ୍କ ପାଇଁ ରହିବା ବ୍ୟବସ୍ଥା ଆନ୍ତର୍ଜାତିକ ମାନର ନୁହେଁ। ସେଠାରେ କଏଦୀଙ୍କ ମାନବାଧିକାର ଉଲ୍ଲଂଘନ ହେଉଛି। ମାଲ୍ୟାଙ୍କ ଏହି ଅଭିଯୋଗକୁ ଗୁରୁତ୍ୱର ସହିତ ନେଇଛନ୍ତି ଭାରତ ସରକାର। ମାଲ୍ୟାଙ୍କ ସେହି ସର୍ତ୍ତ ପୂରଣ କରିବାକୁ ଯାଇ ଅର୍ଥନୈତିକ ଅପରାଧୀ ଓ ପଳାତକ ଘୋଷିତଙ୍କ ପାଇଁ ଜେଲ୍‍ରେ ସ୍ୱତନ୍ତ୍ର ବ୍ଲକ୍‍ ବ୍ୟବସ୍ଥା କରାଯାଉଛି।
୯୩ ବର୍ଷ ପୁରୁଣା ଆର୍ଥର ରୋଡ୍‍ ଜେଲ୍‍ର ଏକ ଅଂଶକୁ ଭଙ୍ଗାଯିବ। ଭଙ୍ଗାଯାଇଥିବା ଉକ୍ତ ଅଂଶ ଓ ସନ୍ନିକଟ ଏକ ପଡ଼ିଆକୁ ମିଶାଇ ଏକ ସ୍ୱତନ୍ତ୍ର ବ୍ଲକ୍‍ ନିର୍ମାଣ ହେବ। ଦୁଇ ମହଲା ବିଶିଷ୍ଟ ଏହି ବ୍ଲକ୍‍ରେ ଉନ୍ନତ ମାନର ଶୌଚାଳୟ ସହିତ ଆନ୍ତର୍ଜାତିକ ଜେଲ୍‍ ସ୍ତରର ସମସ୍ତ ସୁବିଧାସୁଯୋଗ କଏଦୀଙ୍କୁ ଯୋଗାଇ ଦିଆଯିବ। ସେଠାରେ କଏଦୀଙ୍କ ମାନବାଧିକାର ଯେପରି ଉଲ୍ଲଂଘନ ନ ହୁଏ ସେଥିପ୍ରତି ଦୃଷ୍ଟି ଦିଆଯିବ। ବିଜୟ ମାଲ୍ୟା, ନିରବ ମୋଦି, ମେହୁଲ୍‍ ଚୋକ୍ସିଙ୍କ ପରି ଅର୍ଥନୈତିକ ପଳାତକଙ୍କ ମାମଲାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଆସନ୍ତା ୬ ମାସ ମଧ୍ୟରେ ସ୍ୱତନ୍ତ୍ର ବ୍ଲକ୍‍ର ନିର୍ମାଣ ସମ୍ପୂର୍ଣ୍ଣ ହେବ ବୋଲି ଜଣେ ଜେଲ୍‍ ଅଧିକାରୀ କହିଛନ୍ତି।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories