www.samajalive.in
Saturday, December 6, 2025
17.1 C
Bhubaneswar

ରାଜପଥ ଅବରୋଧ କଲେ ମହିଳା

ପିପିଲି :ଓଡିଶା ଜିବିକା ମିଶନ ଶକ୍ତି (ଓଏଲ୍‍ଏମ୍‍) ଚୟନରେ ଅନିୟମିତତା ହୋଇଥିବା ଅଭିଯୋଗ କରି ମହିଳା ମାନେ ରାଜ ପଥ ଅବରୋଧ କରିଥିବା ଜଣାପଡିଛି। ସେମାନେ ପୃଥକ ପୃଥକ ଭାବେ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ମଙ୍ଗଳପୁର ବଜାର ଠାରେ ଓ ପିପିଲି-ଜଟଣୀ ରାସ୍ତାର କଣ୍ଟି ବଜାର ଠାରେ ରାସ୍ତା ଅବରୋଧ କରିଥିଲେ। ଯାହାଫଳରେ ଗାଡିମୋଟର ରାସ୍ତାର ଉଭୟ ପାର୍ଶ୍ବରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଟକି ରହିଥିଲା। ଓଏଲ୍‍ଏମ୍‍ ଚୟନରେ ବ୍ୟାପକ ଅନିୟମିତତା ହୋଇଥିବା ଏପରିକି କେଉଁଠି ପ୍ରାର୍ଥୀଙ୍କ ଜାଲ ଦସ୍ତଖତ କରାଯାଇଥିବା ବେଳେ ଅନ୍ୟ କେଉଁଠି ପ୍ରାର୍ଥୀଙ୍କ ନାମକୁ ତାଲିକାରୁ ବାଦ୍‍ ଦିଆଯାଇଥିବାର ସେମାନେ ଅଭିଯୋଗ କରିଥିଲେ। ଏହାସହ ଘଟଣାର ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଥିଲେ। ସରପଞ୍ଚମାନେ ଓଏଲ୍‍ଏମ୍‍ ଗଠନରେ ହସ୍ତକ୍ଷେପ ନକରିବାକୁ ସେମାନେ ଦାବି କରିଥିଲେ। ଖବର ପାଇ ପିପିଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ଅବରୋଧକାରୀ ମହିଳାମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା। ଓଏଲ୍‍ଏମ୍‍ କର୍ମକର୍ତ୍ତା ଚୟନରେ ସ୍ୱଚ୍ଛତା ଅବଲମ୍ବନ କରାନଗଲେ ଆନ୍ଦୋଳନ ତୀବ୍ର ହେବ ବୋଲି ମହିଳାମାନେ ଚେତାବନୀ ଦେଇଛନ୍ତି। ଏସମ୍ପର୍କରେ ସେମାନେ ଜିଲାପାଳ, ଡିଆର୍‍ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଓ ଏଡିଏମ୍‍ଙ୍କୁ ଅବଗତ କରାଇଥିବା ସୂଚନା ମିଳିଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories