www.samajalive.in
Saturday, December 6, 2025
15.1 C
Bhubaneswar

ମଧ୍ୟ ପ୍ରଦେଶର ବିଶ୍ୱବିଦ୍ୟାଳୟରେ ‘ଆଦର୍ଶ ବୋହୂ’ ପାଠ୍ୟକ୍ରମ ଆରମ୍ଭ

ଭୋପାଳ . –  ମଧ୍ୟପ୍ରଦେଶର ବରଖତୁଲା ବିଶ୍ୱ ବିଦ୍ୟାଳୟରେ ‘ଆଦର୍ଶ ବୋହୂ’  ନାମକ ପାଠ୍ୟକ୍ରମ ଆରମ୍ଭ ହୋଇଛି । ଆସନ୍ତା ବର୍ଷଠାରୁ ଛାତ୍ରୀମାନେ ଏଥିରେ ନାମ ଲେଖାଇ ପାରିବେ ।  ସମାଜ ପ୍ରତି କେତକ ଦାୟିତ୍ୱ ଥିବାରୁ ଏପରି  ପାଠ୍ୟକ୍ରମ ଆରମ୍ଭ କରାଯାଇଥିବା ବିଶ୍ୱବିଦ୍ୟାଳୟର କୁଳପତି ଡିସି ଗୁପ୍ତା ସୂଚନା ଦେଇଛନ୍ତି । ପରିବାରରେ ସୁଖ ଶାନ୍ତି ପାଇଁ ଆଦର୍ଶ ବୋହୂମାନଙ୍କର ଅନେକ ଦାୟିତ୍ୱ ଥିବାରୁ ଏହାକୁ ଆରମ୍ଭ କରାଯାଉଥିବା ସେ ପ୍ରକାଶ କରିଛନ୍ତି ।

ମନସ୍ତତ୍ୱ ବିଭାଗ, ସମାଜବିଜ୍ଞାନ ବିଭାଗରେ ଏହି ପାଠ୍ୟକ୍ରମକୁ ଆରମ୍ଭ କରାଯିବ । ଏଥିରେ ନାମ ଲେଖାଉଥିବା ଛାତ୍ରୀମାନେ ପରିବାରକୁ ଶାନ୍ତି ଓ ଶୃଙ୍ଖଳିତ ଭାବେ ରଖିବା ପାଇଁ ତାଲିମ ପାଇବେ । ପ୍ରଥମେ ୩୦ ଜଣ ଛାତ୍ରୀଙ୍କୁ ନେଇ ଏହି ପାଠ୍ୟକ୍ରମ ଆରମ୍ଭ ହେବ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories