www.samajalive.in
Tuesday, December 9, 2025
26.1 C
Bhubaneswar

ମହଙ୍ଗା ଆଳୁ

ଆଳୁ ପିଆଜ ସହିତ ନିର୍ବାଚନର କି ସମ୍ପର୍କ? ଅନୁଭୂତି ଓ ଇତିହାସ କହୁଛି ଖାଉଟିଙ୍କ ଦ୍ବାରା ବିଶେଷ ଭାବେ ବ୍ୟବହୃତ ଏ ଦୁଇଟି ଖାଦ୍ୟ ସାମଗ୍ରୀ ଏକାଧିକବାର ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିଛି। ଏଥର ଇତିହାସର ପୁନରାବୃତ୍ତି ହେବ କି ନାହିଁ ତାହା ଭିନ୍ନ କଥା; କିନ୍ତୁ ନିର୍ବାଚନ ପ୍ରକ୍ରିୟା ଅଧାରାସ୍ତା ଅତିକ୍ରମ କରିବାବେଳକୁ ଆଳୁ ଦାମ୍‌ ବଜାରରେ ଦୁଇଗୁଣ ହୋଇଛି। ଓଡ଼ିଶାରେ ସାତଦିନ ତଳେ ଆଳୁ କିଲୋପ୍ରତି ଖୁଚୁରାରେ ବଜାରରେ ସାତଆଠଟଙ୍କାରେ ବିକ୍ରି ହେଉଥିବାବେଳେ ଏବେ ୧୫ଟଙ୍କାରେ ପହଞ୍ଚିଛି। ଆଳୁର ଅମଳ ସମୟରେ ଏହାର ମୂଲ୍ୟ ବୃଦ୍ଧି ନିଶ୍ଚିତ ଚିନ୍ତାର ବିଷୟ; କାରଣ ଏହା ଓଡ଼ିଆଙ୍କର ସବୁଠୁ ବଡ଼ ପରିବା ଏବଂ ଏହା ବିନା ଭୋଜନ ସଂପୂର୍ଣ୍ଣ ନୁହେଁ। ଆଳୁ ପାଇଁ ଓଡ଼ିଶା ମୁଖ୍ୟତଃ ପଶ୍ଚିମବଙ୍ଗ ଉପରେ ନିର୍ଭର କରେ। ସେଠାରେ ବ୍ୟାବସାୟିକ ଭିତ୍ତିରେ ଚାଷ ହେଉଥିବା ଆଳୁ ଅମଳ ପରେ ସିଧାସଳଖ ଶୀତଳଭଣ୍ଡାରକୁ ଚାଲିଯାଇଛି ଏବଂ ଜୁନ୍‌ ବେଳକୁ ବଜାରକୁ ଆସିବ ତିରୋଟ ସମୟର ଆବଶ୍ୟକତା ପୂରଣ ପାଇଁ। ଓଡ଼ିଶାରେ ଆଳୁ ମିଶନ ଫେଲ ମାରିଛି ଏବଂ ଶୀତଳ ଭଣ୍ଡାରର ଅଭାବରୁ ଚାଷୀମାନେ ବ୍ୟକ୍ତିଗତ ଉଦ୍ୟମରେ କରିଥିବା ଆଳୁକୁ ପଚିଯିବା ଭୟରେ ଡେରି ନ’କରି ଅଦରରେ ବିକି ଦେଇ ସାରିଛନ୍ତି। ବ୍ୟବସାୟୀଙ୍କ କହିବା କଥା ପଶ୍ଚିମବଙ୍ଗରୁ ଆଳୁ ଆସିବା ବନ୍ଦ ରହିଛି ଓ ସ୍ଥାନୀୟ ଆଳୁ ପ୍ରବଳ ଖରା ଓ ଗରମ ଯୋଗୁ ଅଧିକ ପରିମାଣରେ ପଚୁଥିବାରୁ ମୂଲ୍ୟ ବୃଦ୍ଧି ଘଟୁଛି। ଏଭଳି ସ୍ଥିତିରେ ରାଜ୍ୟର ଯୋଗାଣ ବିଭାଗର ଦାୟିତ୍ବ ବଢ଼ିଛି। ବିଡ଼ମ୍ବନା ହେଉଛି ଏବେ ରାଜ୍ୟରେ ନିର୍ବାଚନ ଚାଲିଛି ଏବଂ ଏକ ନୂଆ ସରକାର ନ’ଆସିବା ଯାଏ ଏ କ୍ଷେତ୍ରରେ ସେମିତି କିଛି ପ୍ରଭାବଶାଳୀ କାର୍ଯ୍ୟାନୁଷ୍ଠାନ ହେବା ସମ୍ଭାବନା କ୍ଷୀଣ। ତେଣୁ ରଜ ପର୍ଯ୍ୟନ୍ତ ଆଳୁ ସଂକଟ ଲାଗିରହିବା ପ୍ରାୟ ନିଶ୍ଚିତ।
ଏହାସତ୍ତ୍ବେ ଖାଉଟିଙ୍କ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ରାଜ୍ୟ ପ୍ରଶାସନ ବିଶେଷ କରି ମୁଖ୍ୟସଚିବ, କୃଷି ଉତ୍ପାଦନ କମିସନ ଓ ଯୋଗାଣ ସଚିବ ପ୍ରମୁଖ ତୁରନ୍ତ ଏକ ଜରୁରୀ ବୈଠକ ଡକାଇ ଅନ୍ୟାନ୍ୟ ରାଜ୍ୟରୁ ଆଳୁ ଆମଦାନୀ କରି ଏହି ନିଅଣ୍ଟିଆ ଅବସ୍ଥାର ସମାଧାନ କରିବା ଉଚିତ। ଆହୁରି ମଧ୍ୟ ଜିଲା ପ୍ରଶାସନ ଆଳୁଗୋଦାମ ଓ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକ ଉପରେ ନଜର ରଖି କୃତ୍ରିମ ଅଭାବ ଓ ମହଜୁଦୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

Related Articles

Popular Categories