mission shakti banner

ଭୁଲ ସ୍ୱୀକାର କଲେ ମାର୍କ ଜକରବର୍ଗ

BSKY banner  750×100
0

ନୂଆଦିଲ୍ଲୀ: ଆମେରିକା ନିର୍ବାଚନକୁ ପ୍ରଭାବିତ କରିବାକୁ ଫେସବୁକ ବ୍ୟବହାରକାରୀଙ୍କ ତଥ୍ୟକୁ ବ୍ୟବହାର କରାଯଇ ଥିଲା ବୋଲି ସ୍ୱୀକାର କରିଛନ୍ତି କମ୍ପାନୀର ସିଏମ୍‌ଡି ମାର୍କ ଜକରବର୍ଗ। ଆମେରିକାର ନିର୍ବାଚନକୁ ପ୍ରଭାବିତ କରିବାକୁ ରୁଷ ପରି ଏକାଧିକ ଦେଶ ଉଦ୍ୟମ କରୁଥିବାବେଳେ ଏଭଳି କୌଣସି ଦେଶ ଏହି ତଥ୍ୟକୁ ହାତେଇ ଥିବା ମାର୍କ ସନ୍ଦେହ ପ୍ରକାଶ କରିଛନ୍ତି। ତେବେ ଏହି ପ୍ରକ୍ରିୟା କିପରି ହେଲା ଏ ନେଇ ତଦନ୍ତ ଆରମ୍ଭ କରିଛି ଫେସବୁକ୍‌। ଏହା ସହ ଆଗାମୀ ଦିନରେ ଭାରତ ସମେତ ବ୍ରାଜିଲ ପରି ଦେଶରେ ନିକଟରେ ନିର୍ବାଚନ ଆରମ୍ଭ ହେବାକୁ ଯାଉଛି। ଫେସବୁକ୍‌ ତା’ର ତଥ୍ୟକୁ ଏହି ନିର୍ବାଚନରେ ବ୍ୟବହାର କରିବାକୁ ଦେବ ନାହିଁ ବୋଲି ମାର୍କ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଏଥିପାଇଁ କମ୍ପାନୀ ପକ୍ଷରୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଟୁଲ ଦ୍ୱାରା ତଥ୍ୟ ଚୋରି କରୁଥିବା ପ୍ରକ୍ରିୟାକୁ ଅଚଳ କରାଯାଉଛି। ଆଗାମୀ ଦିନରେ ବିଶ୍ୱର ଯେ କୌଣସି ନିର୍ବାଚନ ହେଉ ନା କାହିଁକି ଫେସବୁକ୍‌ ତା’ର ନିରପେକ୍ଷତା ରକ୍ଷା କରିବ ବୋଲି ମାର୍କ ପ୍ରତିଶ୍ରୁତି ଦେଇଛନ୍ତି। ଏ ବାବଦରେ ମାର୍କ ଫେସବୁକ୍‌ ଆକାଉଣ୍ଟରେ କମ୍ପାନୀ ଦ୍ୱାରା ନିଆଯାଇ ଥିବା ଏକାଧିକ ପଦକ୍ଷେପ ସମ୍ପର୍କରେ ସୂଚନା ଦେବା ସହ ଆବଶ୍ୟକ ପଡ଼ିଲେ କଡ଼ା ପଦକ୍ଷେପ ନେବାର ପ୍ରତିଶ୍ରୁତି ଦେଇଛନ୍ତି।

Leave A Reply