bjd gruha runa

ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟିଲା ଟ୍ରକ୍

BJD Bijuli 480×75 Mob

ଆଠଗଡ : ଅନୁଗୁଳ ଠାରୁ ଫ୍ଲାଇ ଆସ୍ ଇଟା ପାଇଁ ପାଉଁଶଗୁଣ୍ଡ ନେଇ କଟକ ଯାଉଥିବା ଏକ ୧୦ଚକିଆ ଟ୍ରକ ବୁଧବାର ସକାଳେ ପୁରୁଣା କଟକ-ସମ୍ବଲପୁର ରାସ୍ତାର ଆଙ୍କୁଲା ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟି ପଡିଥିଲା। ସୌଭାଗ୍ୟବଶତଃ ଚାଳକ ସାମାନ୍ୟ ଆହତ ହୋଇଥିବାବେଳେ ଗାଡିର ହେଲପର ଏଥିରୁ ବର୍ତ୍ତିଯାଇଛନ୍ତି। ଖବର ପାଇ ପୁଲିସ ସେଠାରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ଡ୍ରାଇଭରକୁ ଉଦ୍ଧାର କରି ଚିକିତ୍ସା ପାଇଁ ଆଠଗଡ ଡାକ୍ତରଖାନାକୁ ପଠାଇଥିଲେ। ଏଥିସହିତ ପୁଲିସ ପଦକ୍ଷେପ ନେଇ ଦୁର୍ଘଟଣାଗସ୍ତ ଟ୍ରକକୁ ରାସ୍ତାକଡରୁ ହଟାଇବା ପରେ ସେହି ରାସ୍ତାରେ ଗାଡି ଚଳାଚଳ ସ୍ୱଭାବିକ ହୋଇଥିଲା।

Comments are closed.