www.samajalive.in
Monday, December 15, 2025
17.1 C
Bhubaneswar

ବିଦେଶଯାତ୍ରା କମ୍‍ କରିବେ ଦଲାଇ ଲାମା

ନୂଆଦିଲ୍ଲୀ: ତିବ୍ଦତୀୟ ଧର୍ମଗୁରୁ ଦଲାଇଲାମା ଆଗାମୀ ଦିନରେ କମ୍‍ ବିଦେଶଯାତ୍ରା କରିବେ। ବୟସାଧିକ ଏବଂ କ୍ଲାନ୍ତ ହୋଇପଡିଥିବା କାରଣରୁ ସେ ଏଭଳି ନିଷ୍ପତ୍ତି ନେଇଥିବା ତାଙ୍କ ମୁଖପାତ୍ର ସୋନମ ଡାଗପୋ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଧର୍ମଗୁରୁଙ୍କୁ ବିଭିନ୍ନ ଦେଶରୁ ଆମନ୍ତ୍ରଣ ମିଳୁଛି। କିନ୍ତୁ ଦୀର୍ଘ ଦିନ ଧରି ଧର୍ମ ସମ୍ବନ୍ଧୀୟ ଜ୍ଞାନ ବିତରଣ ନିମନ୍ତେ ବିଦେଶ ଯାତ୍ରୀ ଯୋଗୁ ସେ କ୍ଲାନ୍ତ ହୋଇପଡିଛନ୍ତି। ଏହି କାରଣରୁ ତାଙ୍କ ବିଦେଶଗସ୍ତ ତାଲିକାରେ କାଣ୍ଟଛାଣ୍ଟ କରାଯାଇଛି। ଦଲାଇଲାମାଙ୍କ ସ୍ୱସ୍ଥ୍ୟାବସ୍ଥ ଠିକ୍‍ ଥିବା ଦର୍ଶାଇବା ସହିତ ଆଗାମୀ ଦିନରେ ଧର୍ମଗୁରୁ କେବଳ ଭାରତର ଆଭ୍ୟନ୍ତରୀଣ ଅଞ୍ଚଳକୁ ଗସ୍ତ କରିବେ ବୋଲି ସୋନମ ସ୍ପଷ୍ଟ କରିଛନ୍ତି। ବହୁ ବର୍ଷ ଧରି ବୌଦ୍ଧ ଧର୍ମ ବିଷୟରେ ବିଶ୍ୱବାସୀଙ୍କୁ ଶିକ୍ଷା ଦେବା ସହିତ ତିବ୍ଦତ୍‍କୁ ସାଂସ୍କୃତିକ ସ୍ୱାୟତ୍ତତା ପ୍ରଦାନ କରିବା ନିମନ୍ତେ ଚୀନ୍‍ ଉପରେ ଚାପ ପକାଇବା ଲାଗି ବିଶ୍ୱସ୍ତରୀୟ ନେତାଙ୍କୁ ଦଲାଇଲାମା ନିବେଦନ କରିଆସୁଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories