www.samajalive.in
Tuesday, December 9, 2025
26.1 C
Bhubaneswar

ବିଜେପିକୁ ମହବୁବାଙ୍କ ଧମକ: ପିଡିପି ଭାଙ୍ଗିଲେ ଆହୁରି ସଲାଉଦ୍ଦୀନର ଜନ୍ମ ହେବ

ଶୀନଗର: ଜମ୍ମୁ- କାଶ୍ମୀରର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ଦଳର ମୁଖ୍ୟ ମହବୁବା ମୁଫତି ବିଜେପିକୁ ଚେତାବନୀ ଦେବା ସହ କଡ଼ା ଶବ୍ଦରେ ରାଜ୍ୟର ପାଣିପାଗରେ ଦଳ ବଦଳ ରାଜନୀତିକୁ ସମାଲୋଚନା କରିଛନ୍ତି। ବିଜେପି ଯଦି ପିଡିପିକୁ ଭାଙ୍ଗିବାକୁ ଚକ୍ରାନ୍ତ କରୁଥାଏ ତେବେ ଆଗାମୀ ଦିନରେ ରାଜ୍ୟରେ ଏକାଧିକ ସଲାଉଦ୍ଦୀନ ଜନ୍ମ ହେବେ। ଏହା ଦ୍ୱାରା ରାଜ୍ୟର ଅବସ୍ଥା ୯୦ଦଶକ ପରି ହୋଇଯିବ। ମହବୁବା ମୁଫତି ତାଙ୍କ ବକ୍ତବ୍ୟରେ ୧୯୮୭ ନିର୍ବାଚନରେ ଯେଉଁ ଅନିୟମିତତା ହୋଇଥିଲା ଏହା ଦ୍ୱାରା ରାଜ୍ୟରେ ହିଜବୁଲ ମୁଜାହିନ୍ଦୀନର ମୁଖ୍ୟ ସୟିଦ ସଲାଉଦ୍ଦୀନ ଓ ୟାସିନ ମଲ୍ଲୀକ ପରି କୁଖ୍ୟାତ ଅପରାଧୀ ସେମାନଙ୍କ କାୟା ବିସ୍ତାର କରିବାର ସୁଯୋଗ ପାଇଥିଲେ। ଅନୁରୂପ ପରିସ୍ଥିତି ହେବ ଯଦି ପିଡିପି ଭାଙ୍ଗି କାଶ୍ମୀରବାସୀଙ୍କ ଅଧିକାରକୁ ଛଡ଼ାଇ ନେବାକୁ ଯେଉଁ ଉଦ୍ୟମ ଚାଲିଛି ତାହା ଆଗାମୀ ଦିନରେ ରାଜ୍ୟ ସ୍ଥିତିକୁ ଅଧିକ ଭୟଙ୍କର ହେବ ବୋଲି ମୁଫତି ଚେତାବନୀ ଦେଇଛନ୍ତି।
ଏଠାରେ ସୂଚନା ଯୋଗ୍ୟ ପିଡିପିର ୫ଜଣ ବିଧାୟକ ସର୍ବସାଧାରଣରେ ପ୍ରାକ୍ତନ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମନ୍ତବ୍ୟ ଦେଇଛନ୍ତି। ବିଦ୍ରୋହୀ ନେତା ଇମରାନ ଅନସାରୀ ଦୁଇ ଦିନ ପୂର୍ବେ ପୃଥକ ଏକ ମୋର୍ଚ୍ଚା ଗଠନ କରିବାକୁ ଘୋଷଣା କରିଥିଲେ। ସେ ତାଙ୍କ ବକ୍ତବ୍ୟରେ ପିଡିପି ମୁଖିଆ ଦିଲ୍ଲୀର କେନ୍ଦ୍ର ସରକାରଙ୍କ ଉପରେ ଚାପ ପ୍ରୟୋଗ କରୁଥିବା ଅଭିଯୋଗ ଆଣିଥିଲେ।

Hot this week

ଆଉ ୧୮ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା : ଏମ୍‌ଭି-୨୬ରେ ୧୬୩ ଘର କ୍ଷତିଗ୍ରସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଢିଲା ଇଣ୍ଟରନେଟ୍ କଟକଣା। ପ୍ରଶାସନ ଆଉ ୧୮...

୫ ବର୍ଷରେ ଗଲାଣି ୫୧୮ ଦାଦନଙ୍କ ଜୀବନ

ସମାଜଲାଇଭ ଡେସ୍କ: ରାଜ୍ୟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

Related Articles

Popular Categories