ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ଡମ୍ବରୁ ଶିଶା

ଭୁବନେଶ୍ବର : ବିଜେଡିରୁ ଇସ୍ତଫା ଦେଇଛନ୍ତି ଚିତ୍ରକୋଣ୍ଡାର ପୂର୍ବତନ ବିଧାୟକ ଡମ୍ବରୁ ଶିଶା । ସେ ନିଜ ଇସ୍ତଫା ପତ୍ର ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି । ୨୦୧୪ରୁ ୨୦୧୯ ଯାଏଁ ବିଧାୟକ ଥିଲେ ଡମ୍ବରୁ । ତେବେ ସେ ଆଗାମୀ ଦିନରେ ବିଜେପି କିମ୍ବା କଂଗ୍ରେସରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । କହିରଖୁଛୁ ୧୯୮୦ ମସିହା ମାର୍ଚ୍ଚ ୨୮ ତାରିଖରେ ଜନ୍ମ ନେଇଥିବା ଡମ୍ବରୁ ପ୍ରଥମ ବଣ୍ଡା ବ୍ୟକ୍ତି ଯିଏ କି ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।

Comments are closed.