www.samajalive.in
Tuesday, December 9, 2025
16.1 C
Bhubaneswar

ବକ୍ସ ଓ ବ୍ୟାଗ୍‍ ଭିତରୁ ମିଳିଲା ୧୨ ଶିଶୁର ମୃତ ଦେହ

ନାଇରୋବି: କେନିଆର ଏକ ଡାକ୍ତରଖାନାରୁ ବାକ୍ସ ଓ ବ୍ୟାଗ୍‍ ଭିତରେ ୧୨ଟି ଶିଶୁର ମୃତ ଶରୀର ଥିବା ଠାବ କରାଯାଇଛି। ନାଇରୋବି ରାଜ୍ୟପାଳ ମାଇକ ସୋଙ୍କୋ ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି।
ସୂଚନା ଅନୁଯାୟୀ, ପୁମ୍‍ୱାନି ସ୍ତ୍ରୀ ଓ ପ୍ରସୂତି ଡାକ୍ତରଖାନାରେ ଏଭଳି ଘଟଣା ଘଟିଛି। ଜନ୍ମ ହେବା ପରେ ମୃତ୍ୟୁ ଘଟିଥିବା ୧୨ଟି ଶିଶୁର ମୃତଦେହକୁ ଗୋଟିଏ ବାକ୍ସ ଓ ବ୍ୟାଗ୍‍ ଭିତରେ ରଖାଯାଇଥିଲା। ଗୋଟିଏ ନିବୁଜ କୋଠରିରେ ନବଜାତକଙ୍କ ମୃତ ଦେହ ରଖାଯାଇଥିବା ଜଣେ ଅଜ୍ଞାତ ବ୍ୟକ୍ତି ସୂଚନା ଦେଇଥିଲା। ଏହି ସୂଚନା ଆଧାରରେ ଗଭର୍ଣ୍ଣର ସୋଙ୍କୋ ନିଜେ ଉକ୍ତ ଡାକ୍ତରଖାନା ଯାଇ ଯାଞ୍ଚ ନିର୍ଦେଶ ଦେଇଥିଲେ। ରାଜ୍ୟପାଳଙ୍କ ସାମ୍‍ନାରେ ବାକ୍ସଗୁଡ଼ିକୁ ଗୋଟି ଗୋଟି କରି ଯାଞ୍ଚ କରାଯିବା ପରେ ସେଥିମଧ୍ୟରୁ ୧୨ଟି ମୃତ ଦେହ ମିଳିଥିଲା। ଏହାପରେ ଡାକ୍ତରଖାନା ଅଧୀକ୍ଷକଙ୍କ ସମେତ ଏକାଧିକ ଡାକ୍ତର ଓ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ମୃତ ଦେହଗୁଡ଼ିକୁ କିଏ ଓ କାହିଁକି ରଖିଥିଲା ତାହା ଜଣାପଡ଼ିନାହିଁ।

Hot this week

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

Related Articles

Popular Categories