mission shakti banner

ଫ୍ଲିପ୍‌କାର୍ଟକୁ କିଣିଲା ୱାଲମାର୍ଟ

BSKY banner  750×100
0

ନୂଆଦିଲ୍ଲୀ : ମାସେ ଧରି ଲାଗିରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇ ଆମେରିକାର ଅଗ୍ରଣୀ ଖୁଚୁରା ବ୍ୟବସାୟ (ରିଟେଲର) କମ୍ପାନୀ ୱାଲମାର୍ଟ ଭାରତର ସବୁଠୁ ବଡ଼ ଇଣ୍ଟରନେଟ ବ୍ୟବସାୟ (ଇ କମ୍ପର୍ସ) କମ୍ପାନୀ ଫ୍ଲିପ୍‌କାର୍ଟକୁ କିଣିଛି। ଏଥିପାଇଁ ୧୬୦୦ କୋଟି ଡଲାର ଡିଲ୍‌ ହୋଇଛି ବୋଲି ୱାଲମାର୍ଟ ପକ୍ଷରୁ ବୁଧବାର ଘୋଷଣା କରାଯାଇଛି। ୱାଲମାର୍ଟ ଏହି ଡିଲ୍‌ ଅନୁସାରେ ଫ୍ଲିପକାର୍ଟର ୭୭% ଅଂଶଧନକୁ କିଣିଛି । ଫ୍ଲିପକାର୍ଟକୁ କିଣି ୱାଲମାର୍ଟ ଭାରତ ବଜାରରେ ନିଜର ପ୍ରତିଦ୍ୱନ୍ଦୀ ଆମାଜନକୁ ଟକ୍କର ଦେବା ଲକ୍ଷ୍ୟରେ ରହିଛି । ଏହି ଡିଲ୍‌ ଅନୁସାରେ ଫ୍ଲିପକାର୍ଟର ଦୁଇ ପ୍ରତିଷ୍ଠାତା ମଧ୍ୟରୁ ସଚିନ ବଂଶଲ ନିଜ ଅଂଶଧନ (ସେୟାର) ବିକି କମ୍ପାନୀଠାରୁ ଅଲଗା ହୋଇଯିବେ । ଡିଲ୍‌ ପରେ ସଚିନ ବଂଶଲ କମ୍ପାନୀରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଏହି ଡିଲ୍‌ ଦ୍ୱାରା ଭାରତର ଇ କମର୍ସ ଶିଳ୍ପ ଉପରେ ବଡ଼ ପ୍ରଭାବ ପଡ଼ିବ ବୋଲି ଆଶା କରାଯାଉଛି । ଫ୍ଲିପକାର୍ଟ ଦ୍ୱାରା ଅନଲାଇନରେ ବ୍ୟବସାୟ କରୁଥିବା ଅନେକ ବିକ୍ରେତାଙ୍କୁ ୱାଲମାର୍ଟ ପଚାରିବ ନାହିଁ ବୋଲି ଆଶଙ୍କା କରାଯାଉଛି । ଫଳରେ ଫ୍ଲିପକାର୍ଟର ଅନେକ ବିକ୍ରେତା ଏବେ ଚିନ୍ତାରେ ପଡିଛନ୍ତି । ୱାଲମାର୍ଟରେ ବହୁ କମ୍‌ ଟଙ୍କାରେ ଉତ୍ପାଦ ଉପଲବ୍ଧ ହେବ । ଫଳରେ ଛୋଟ ବେପାରୀଙ୍କ ଅନ୍ତ ହୋଇଯିବ ବୋଲି ଅନେକ ବିଶେଷଜ୍ଞ ଆଶଙ୍କା ବ୍ୟକ୍ତ କରିଛନ୍ତି । ୱାଲମାର୍ଟ ଫ୍ଲିପକାର୍ଟ ଦ୍ୱାରା ନିଜର ବିକ୍ରେତାଙ୍କୁ ଭାରତ ବଜାରକୁ ଆଣିବ ବୋଲି ଆଶା କରାଯାଉଛି । ଅଖିଳ ଭାରତୀୟ ଅନଲାଇନ ବିଡର୍ସ ସଂଗଠନ (ଏଆଇଓଭିଏ) ମୁଖପାତ୍ରଙ୍କ କହିବା ଅନୁସାରେ ୱାଲମାର୍ଟ ଦ୍ୱାରା ବହୁ କମ୍‌ ଟଙ୍କାରେ ଉତ୍ପାଦ ଉପଲବ୍ଧ ହେବ ଓ ପ୍ରତିଦ୍ୱନ୍ଦିତା ବଢିଯିବ । ଏହାଦ୍ୱାରା ବଜାରରେ ଅନ୍ୟ ବିକ୍ରେତାଙ୍କ ଆଧିପତ୍ୟ ନଷ୍ଟ ହୋଇଯିବ ଓ କେତେକ ପ୍ରତିଦ୍ୱନ୍ଦ୍ୱିତାରେ ନଷ୍ଟ ହୋଇଯିବେ। ଉଲ୍ଲେଖ ଯେ ଏଆଇଓଭିଏ ଅଧୀନରେ ଫ୍ଲିପକାର୍ଟ ଏବଂ ଆମାଜନର ୩୫୦୦ ବିକ୍ରେତା ଅଛନ୍ତି । ୱାଲମାର୍ଟ ଓ ଫ୍ଲିପକାର୍ଟ ଡିଲ୍‌ ପରେ ଭାରତରେ ୱାଲମାର୍ଟର କାରବାର ପ୍ରାୟ ୧୦୦୦ କୋଟି ଡଲାରରେ ପହଞ୍ଚିବ । ୱାଲମାର୍ଟର ସିଇଓ ଡଗ୍‌ମ୍ୟାକମିଲନ୍‌ ମଙ୍ଗଳବାର ଏହି ଡିଲ୍‌ ପାଇଁ ଭାରତରେ ପହଞ୍ଚିଥିଲେ । ବୁଧବାର ଡିଲ୍‌ ଚୂଡାନ୍ତ ହୋଇଥିବା ସେ ଘୋଷଣା କରିଛନ୍ତି ।

Leave A Reply