ପୂର୍ବତନ କ୍ୟାବିନେଟ୍‌ ସଚିବ ଟିଏସ୍‌ଆର୍‌ ସୁବ୍ରମଣ୍ୟମ୍‌ଙ୍କ ପରଲୋକ

0

ନୂଆଦିଲ୍ଲୀ : ପୂର୍ବତନ କ୍ୟାବିନେଟ୍‌ ସଚିବ ଟିଏସ୍‌ଆର୍‌ ସୁବ୍ରମଣ୍ୟମ୍‌ଙ୍କର ସୋମବାର ପରଲୋକ ଘଟିଛି। ତାଙ୍କ ପରଲୋକରେ ବରିଷ୍ଠ ପ୍ରଶାସନିକ ଅଧିକାରୀ (ଆଇଏଏସ୍‌) ବର୍ଗର ଅପୂରଣୀୟ କ୍ଷତି ଘଟିଛି ବୋଲି ଆଇଏଏସ୍‌ ସଙ୍ଘ ପକ୍ଷରୁ କୁହାଯାଇଛି। ସୁବ୍ରମଣ୍ୟମ୍‌ଙ୍କ ମୃତ୍ୟୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହିତ ବହୁ ପୂର୍ବତନ ଆଇଏଏସ୍‌ ଅଧିକାରୀ ଦୁଃଖ ପ୍ରକାଶ କରିଛନ୍ତି। ଜଣେ ପ୍ରଶାସନିକ ଅଧିକାରୀ ଭାବେ ସୁବ୍ରମଣ୍ୟମ୍‌ ତାଙ୍କ ନିଯୁକ୍ତି କାଳରେ ବହୁ ଗୁରୁତ୍ୱପୂର୍ଣ୍ଣ ଏବଂ ଉଚ୍ଚ ପଦପଦବୀରେ ଅବସ୍ଥାପିତ ଥିଲେ। ବୟନଶିଳ୍ପ ମନ୍ତ୍ରଣାଳୟର ସଚିବ ପଦ ତନ୍ମଧ୍ୟରୁ ଅନ୍ୟତମ। ୧୯୯୯ ସେପ୍ଟେମ୍ବରରୁ ୨୦୧୧ ନଭେମ୍ବର ପର୍ଯ୍ୟନ୍ତ ସେ ଏଚ୍‌ସିଏଲ୍‌ର ଅଣ-କାର୍ଯ୍ୟନିର୍ବାହୀ ନିର୍ଦେଶକ ଭାବେ କାର୍ଯ୍ୟ କରିଥିଲେ। ସେ ଶିବ ନାଦାର ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ସଦସ୍ୟ ତଥା କୁଳପତି ମଧ୍ୟ ଥିଲେ।

Leave A Reply