www.samajalive.in
Monday, December 15, 2025
17.1 C
Bhubaneswar

ନାବାଳକଙ୍କ ହାତରେ ଗାଡ଼ି: ଜେଲ୍‍ ଗଲେ ୨୬ ଅଭିଭାବକ

ହାଇଦ୍ରାବାଦ୍‍: ନାବାଳକ ସନ୍ତାନସନ୍ତତିଙ୍କୁ ଗାଡ଼ି ଚଳାଇବାକୁ ଅନୁମତି ଦେବା ଅଭିଯୋଗରେ ହାଇଦ୍ରାବାଦ୍‍ରେ ୨୬ ଜଣ ପିତାମାତାଙ୍କୁ ଜେଲ୍‍ ଯିବାକୁ ପଡ଼ିଛି। ମାର୍ଚ୍ଚ ମାସରେ ୨୦ ଜଣ ଓ ଚଳିତ ମାସରେ ଆଉ ୬ ଜଣଙ୍କୁ ଜେଲ୍‍ ହୋଇଛି। ନାବାଳାକଙ୍କୁ ଗାଡ଼ି ନ ଦେବା ପାଇଁ ଟ୍ରାଫିକ୍‍ ପୁଲିସ ପକ୍ଷରୁ ଲଗାତାର କାଉନ୍‍ସେଲିଂ ଜାରି ରହିଥିବା ବେଳେ ପିଲାମାନଙ୍କୁ ଗାଡ଼ି ଦେଉଥିବାରୁ ଅଭିଭାବକଙ୍କୁ ଜେଲ୍‍ ଯିବାକୁ ପଡ଼ିଛି। ଏଥିସହିତ ଜଣେ ନାବାଳକଙ୍କୁ ମଧ୍ୟ ମାସେ ଜେଲ୍‍ ହୋଇଛି। କିଛି ଦିନ ତଳେ ଚାରିଜଣ ଇଞ୍ଜିନିୟର ଛାତ୍ର ଗାଡ଼ି ଚଳାଇ ଯାଉଥିବା ବେଳେ ରାସ୍ତାକଡ଼ ଆଶ୍ରୟସ୍ଥଳରେ ଶୋଇଥିବା ଜଣେ ବୃଦ୍ଧ ଓ ତାଙ୍କ ପୁଅ ଉପରକୁ ମାଡ଼ି ଯାଇ ବୃଦ୍ଧଙ୍କ ମୃତ୍ୟୁ ଘଟିଥିଲା। ଗାଡ଼ି ଚଳାଉଥିବା ଯୁବତୀମାନେ ପ୍ରଚୁର ମଦ ପିଇ ଗାଡ଼ି ଚଳାଉଥିବା ଜଣାପଡ଼ିଥିଲା। ମାତ୍ର ସେମାନଙ୍କ ମଧ୍ୟରୁ ଜଣେ ଯୁବତୀ ଜନୈକ ପୁଲିସ ଅଧିକାରୀଙ୍କ ଝିଅ ଥିବାରୁ ପୁଲିସ କାର୍ଯ୍ୟାନୁଷ୍ଠାନ ନେଇ ନଥିବା ଅଭିଯୋଗ ହୋଇଛି। ଅପରପକ୍ଷରେ ସିସିଟିଭି ଫୁଟେଜ୍‍ରୁ ଚିହ୍ନଟ ପରେ ଉକ୍ତ ମଦ ଦୋକାନକୁ ସିଲ୍‍ କରି ଦିଆଯାଇଛି। ୨୧ ବର୍ଷରୁ କମ୍‍ ଯୁବକଯୁବତୀଙ୍କୁ ମଦ ଦିଆଯିବ ନାହିଁ ବୋଲି ସେଠାରେ ନିୟମ ରହିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories