www.samajalive.in
Sunday, December 7, 2025
26.1 C
Bhubaneswar

ଧର୍ମଘଟରେ ବସିଥିବା ଡାକ୍ତରଙ୍କୁ ମମତାଙ୍କ ଧମକ; ୪ ଘଣ୍ଟା ଭିତରେ କାର୍ଯ୍ୟରେ ଯୋଗନଦେଲେ କାର୍ଯ୍ୟାନୁଷ୍ଠାନ

କଲକତା : ପଶ୍ଚିମବଙ୍ଗରେ ଧର୍ମଘଟରେ ବସିଥିବା ଡାକ୍ତରଙ୍କୁ ଗୁରୁବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଧମକ ଦେଇଛନ୍ତି। ୪ ଘଣ୍ଟା ଭିତରେ କାର୍ଯ୍ୟରେ ଯୋଗନଦେଲେ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମମତା କହିଛନ୍ତି।
ସୂଚନା ଅନୁଯାୟୀ ୩ ଦିନ ହେବ ପଶ୍ଚିମବଙ୍ଗରେ ଡାକ୍ତରମାନେ ଧର୍ମଘଟ କରୁଛନ୍ତି। ଫଳରେ ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟ ସେବା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ମମତା ଗୁରୁବାର ପୂର୍ବାହ୍ନରେ ଏସଏସକେଏମ୍‍ ଡାକ୍ତରଖାନାରେ ପହଞ୍ଚିଥିଲେ। ରୋଗୀ ଓ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଛାଡ଼ି ଅନ୍ୟମାନଙ୍କୁ ଡାକ୍ତରଖାନା ପରିସରରୁ ବାହାର କରିବାକୁ ସେ ପୁଲିସ୍‍କୁ ନିର୍ଦେଶ ଦେଇଥିଲେ। ମମତା ଅଭିଯୋଗ କରିଛନ୍ତି ଯେ ଡାକ୍ତରଙ୍କ ବିରୋଧ ପ୍ରଦର୍ଶନ ହେଉଛି ବିରୋଧଦଳଙ୍କ ଷଡ଼ଯନ୍ତ୍ର। ସିପିଆଇ(ଏମ) ଏବଂ ବିଜେପିର ଚକ୍ରାନ୍ତରେ ଜୁନିଅର ଡାକ୍ତରମାନେ ଧର୍ମଘଟ କରୁଛନ୍ତି
ପ୍ରକାଶ ଯେ ରାଜ୍ୟରେ ସ୍ୱାସ୍ଥ୍ୟ ଏବଂ ପରିବାର ନିୟୋଜନ ବିଭାଗ ମମତା ବାନାର୍ଜୀଙ୍କ ପାଖରେ ଅଛି। ୩ ଦିନ ତଳେ ଏନଆରଏସ୍‍ ହସ୍ପିଟାଲରେ ଜଣେ ଜୁନିଅର ଡାକ୍ତରଙ୍କୁ ଡାକ୍ତରଖାନା ପରିସରରେ କେତେକ ଲୋକ ପିଟିଥିଲେ। ଫଳରେ ଅଭିଯୁକ୍ତଙ୍କ ଗିରଫ ଦାବିରେ ଡାକ୍ତରମାନେ ଧର୍ମଘଟ କରିଛନ୍ତି। ଆମେ ନ୍ୟାୟ ଚାହୁଁଛୁ ପ୍ଲାକାର୍ଡ ଧରି ଡାକ୍ତରମାନେ ଡାକ୍ତରଖାନା ପରିସରରେ ଧର୍ମଘଟରେ ବସିଛନ୍ତି। ଏହାକୁ ମମତା ବାନାର୍ଜୀ ଏକ ଷଡ଼ଯନ୍ତ୍ରର ଆଖ୍ୟା ଦେଇଛନ୍ତି।

Hot this week

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

Related Articles

Popular Categories